ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଅଷ୍ଟମ ସ୍କନ୍ଧ ॥
ସପ୍ତଦଶ ଅଧ୍ୟାୟ
ଭଗବାନଙ୍କର ପ୍ରାକଟ୍ୟ ଏବଂ ଅଦିତିଙ୍କୁ ବରଦାନ
ଶ୍ରୀଶୁକ ଉବାଚ
ଇତ୍ୟୁକ୍ତା ସାଦିତୀ
ରାଜନ୍ ସ୍ୱଭର୍ତ୍ରା କଶ୍ୟପେନ ବୈ ।
ଅନ୍ୱତିଷ୍ଠଦ୍ୱ୍ରତମିଦଂ
ଦ୍ୱାଦଶାହମତନ୍ଦ୍ରିତା ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ନିଜ ପତିଦେବ ମହର୍ଷି କଶ୍ୟପଙ୍କର ଉପଦେଶ ଅନୁସାରେ ଅଦିତି ଅତ୍ୟନ୍ତ
ସାବଧାନପୂର୍ବକ ବାରଦିନ ଏହି ବ୍ରତର ଅନୁଷ୍ଠାନ କଲେ |
ଚିନ୍ତୟନ୍ତ୍ୟେକୟା
ବୁଦ୍ଧ୍ୟା ମହାପୁରୁଷମୀଶ୍ୱରମ୍ ।
ପ୍ରଗୃହ୍ୟେନ୍ଦ୍ରିୟଦୁଷ୍ଟାଶ୍ୱାନ୍
ମନସା ବୁଦ୍ଧିସାରଥିଃ ॥ ୨॥
ବୁଦ୍ଧିକୁ ସାରଥି
କରି ମନର ଲାଗାମ ଦ୍ବାରା ସେ ଇନ୍ଦ୍ରିୟରୂପୀ ଦୁଷ୍ଟ ଘୋଡାଙ୍କୁ ନିଜର ନିୟନ୍ତ୍ରଣାଧୀନ କରିନେଲେ
ଏବଂ ଏକନିଷ୍ଠ ବୁଦ୍ଧିରେ ପୁରୁଷୋତ୍ତମ ଭଗବାନଙ୍କର ଚିନ୍ତନ କରିବାରେ ଲାଗିଲେ |
ମନଶ୍ଚୈକାଗ୍ରୟା
ବୁଦ୍ଧ୍ୟା ଭଗବତ୍ୟଖିଲାତ୍ମନି ।
ବାସୁଦେବେ ସମାଧାୟ
ଚଚାର ହ ପୟୋବ୍ରତମ୍ ॥ ୩॥
ଏକାଗ୍ର ବୁଦ୍ଧିରେ
ନିଜ ମନକୁ ସର୍ବାତ୍ମା ଭଗବାନ ବାସୁଦେବଙ୍କଠାରେ ପୂର୍ଣ୍ଣରୂପରେ ଲଗାଇ ସେ ପୟୋବ୍ରତର ଅନୁଷ୍ଠାନ
କଲେ |
ତସ୍ୟାଃ
ପ୍ରାଦୁରଭୂତ୍ତାତ ଭଗବାନାଦିପୁରୁଷଃ ।
ପୀତବାସାଶ୍ଚତୁର୍ବାହୁଃ
ଶଙ୍ଖଚକ୍ରଗଦାଧରଃ ॥ ୪॥
ତାପରେ ପୁରୁଷୋତ୍ତମ
ଭଗବାନ ତାଙ୍କ ସମ୍ମୁଖରେ ପ୍ରକଟ ହେଲେ | ସେ ପୀତାମ୍ବର ପରିଧାନ କରିଥିଲେ ଏବଂ ଚତୁର୍ଭୁଜରେ ଶଂଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥିଲେ |
ତଂ ନେତ୍ରଗୋଚରଂ
ବୀକ୍ଷ୍ୟ ସହସୋତ୍ଥାୟ ସାଦରମ୍ ।
ନନାମ ଭୁବି କାୟେନ
ଦଣ୍ଡବତ୍ପ୍ରୀତିବିହ୍ୱଲା ॥ ୫॥
ନିଜ ନେତ୍ର
ସମ୍ମୁଖରେ ସହସା ଭଗବାନ ପ୍ରକଟ ହୋଇଥିବା ଦେଖି ଅଦିତି ଆଦରରେ ଉଠି ଛିଡା ହୋଇଗଲେ ଏବଂ ତାପରେ
ପ୍ରେମବିହ୍ବଳ ହୋଇ ଭୂଇଁରେ ଲୋଟି ତାଙ୍କୁ ଦଣ୍ଡବତ୍ ପ୍ରଣାମ କଲେ |
ସୋତ୍ଥାୟ
ବଦ୍ଧାଞ୍ଜଲିରୀଡିତୁଂ ସ୍ଥିତା
ନୋତ୍ସେହ
ଆନନ୍ଦଜଲାକୁଲେକ୍ଷଣା ।
ବଭୂବ ତୂଷ୍ଣୀଂ
ପୁଲକାକୁଲାକୃତି-
ସ୍ତଦ୍ଦର୍ଶନାତ୍ୟୁତ୍ସବଗାତ୍ରବେପଥୁଃ
॥ ୬॥
ପୁଣି ଉଠି ହାତ
ଯୋଡି ସେ ଭଗବାନଙ୍କର ସ୍ତୁତି କରିବାକୁ ଚେଷ୍ଟା କଲେ; କିନ୍ତୁ ଆନନ୍ଦରେ
ତାଙ୍କର ନେତ୍ର ଅଶ୍ରୁପ୍ଲାବିତ ହୋଇ କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଇଥିଲା| ସାରା ଶରୀର ପୁଲକିତ ହୋଇ ଉଠିଲା, ଦର୍ଶନଜନିତ ଆନନ୍ଦଉଲ୍ଲାସରେ ତାଙ୍କ ଅଙ୍ଗରେ କମ୍ପ
ସୃଷ୍ଟି ହେଲା | କିଛି କହି ନ ପାରି ସେ ଚୁପଚାପ୍ ଠିଆ ହୋଇ ରହିଲେ |
ପ୍ରୀତ୍ୟା
ଶନୈର୍ଗଦ୍ଗଦୟା ଗିରା ହରିଂ
ତୁଷ୍ଟାବ ସା
ଦେବ୍ୟଦିତିଃ କୁରୂଦ୍ୱହ ।
ଉଦ୍ୱୀକ୍ଷତୀ ସା
ପିବତୀବ ଚକ୍ଷୁଷା
ରମାପତିଂ ଯଜ୍ଞପତିଂ
ଜଗତ୍ପତିମ୍ ॥ ୭॥
ପରୀକ୍ଷିତ ! ଦେବୀ
ଅଦିତି ନିଜ ପ୍ରେମପୂର୍ଣ୍ଣ ନେତ୍ରରେ ଲକ୍ଷ୍ମୀପତି, ବିଶ୍ବପତି, ଯଜ୍ଞେଶ୍ବର ଭଗବାନଙ୍କୁ ଏପରି ଭାବରେ ନିର୍ନିମେଷ
ଚାହିଁ ରହିଥିଲେ ସତେ ଯେପରି ତାଙ୍କୁ ପିଇଯିବେ | ତତ୍ପଶ୍ଚାତ୍ ପ୍ରକୃତିସ୍ଥ ହୋଇ ପ୍ରେମପୂର୍ଣ୍ଣ
ଗଦଗଦ ବାଣୀରେ ଧୀରେ ଧୀରେ ସେ ଭଗବାନଙ୍କର ସ୍ତୁତି କଲେ |
ଅଦିତିରୁବାଚ
ଯଜ୍ଞେଶ
ଯଜ୍ଞପୁରୁଷାଚ୍ୟୁତ ତୀର୍ଥପାଦ
ତୀର୍ଥଶ୍ରବଃ
ଶ୍ରବଣମଙ୍ଗଲନାମଧେୟ ।
ଆପନ୍ନଲୋକବୃଜିନୋପଶମୋଦୟାଦ୍ୟ
ଶଂ ନଃ କୃଧୀଶ
ଭଗବନ୍ନସି ଦୀନନାଥଃ ॥ ୮॥
ଅଦିତି କହିଲେ – ଆପଣ
ଯଜ୍ଞର ସ୍ବାମୀ ଅଟନ୍ତି ଏବଂ ସ୍ବୟଂ ଯଜ୍ଞ ମଧ୍ୟ ଆପଣ ହିଁ ଅଟନ୍ତି | ଅଚ୍ୟୁତ ! ଆପଣଙ୍କ
ଚରଣକମଳର ଆଶ୍ରୟ ଗ୍ରହଣ କରି ଲୋକ ଭବସାଗରରୁ ତରି ଯାଆନ୍ତି | ଆପଣଙ୍କ ଯଶ-କୀର୍ତ୍ତନର ଶ୍ରବଣ
ସଂସାର ଉଦ୍ଧାରକ ଅଟେ | ଆପଣଙ୍କ ନାମର ଶ୍ରବଣ ମାତ୍ରେ କଲ୍ୟାଣ ହୋଇଯାଏ | ଆଦିପୁରୁଷ ! ଯିଏ
ଆପଣଙ୍କ ଶରଣରେ ଆସିଯାଆନ୍ତି, ଆପଣ ତାଙ୍କର
ସମସ୍ତ ବିପତ୍ତି ନାଶ କରିଦିଅନ୍ତି | ଭଗବନ୍ ! ଆପଣ ଦୀନାନାଥ ଅଟନ୍ତି; ଆପଣ ମୋର କଲ୍ୟାଣ କରନ୍ତୁ |
ବିଶ୍ୱାୟ
ବିଶ୍ୱଭବନସ୍ଥିତିସଂୟମାୟ
ସ୍ୱୈରଂ
ଗୃହୀତପୁରୁଶକ୍ତିଗୁଣାୟ ଭୂମ୍ନେ ।
ସ୍ୱସ୍ଥାୟ
ଶଶ୍ୱଦୁପବୃଂହିତପୂର୍ଣବୋଧ-
ବ୍ୟାପାଦିତାତ୍ମତମସେ
ହରୟେ ନମସ୍ତେ ॥ ୯॥
ଆପଣ ବିଶ୍ବର
ଉତ୍ପତ୍ତି, ସ୍ଥିତି ଓ ପ୍ରଳୟର କାରଣ
ଅଟନ୍ତି ଏବଂ ବିଶ୍ବରୂପ ମଧ୍ୟ ଆପଣ ହିଁ ଅଟନ୍ତି | ଆପଣ ଅନନ୍ତ ହୋଇ ମଧ୍ୟ ସ୍ବଚ୍ଛନ୍ଦତାରେ ଅନେକ
ଶକ୍ତି ଏବଂ ଗୁଣ ସ୍ବୀକାର କରିନିଅନ୍ତି | ତା ସତ୍ତ୍ବେ ବି ଆପଣ ସର୍ବଦା ନିଜ ସ୍ବରୂପରେ ସ୍ଥିତ
ରହିଥାଆନ୍ତି | ନିତ୍ୟ-ନିରନ୍ତର ବୃଦ୍ଧି ଲାଭ କରି ପୂର୍ଣ୍ଣ ବୋଧ ଦ୍ବାରା ଆପଣ ହୃଦୟର ଅନ୍ଧକାରକୁ
ନଷ୍ଟ କରୁଥାଆନ୍ତି | ଭଗବନ୍ ! ମୁଁ ଆପଣଙ୍କୁ ନମସ୍କାର କରୁଛି |
ଆୟୁଃ ପରଂ
ବପୁରଭୀଷ୍ଟମତୁଲ୍ୟଲକ୍ଷ୍ମୀ-
ର୍ଦ୍ୟୋର୍ଭୂରସାଃ
ସକଲୟୋଗଗୁଣାସ୍ତ୍ରିବର୍ଗଃ ।
ଜ୍ଞାନଂ ଚ
କେବଲମନନ୍ତ ଭବନ୍ତି ତୁଷ୍ଟା-
ତ୍ତ୍ୱତ୍ତୋ ନୃଣାଂ
କିମୁ ସପତ୍ନଜୟାଦିରାଶୀଃ ॥ ୧୦॥
ପ୍ରଭୁ ! ଅନନ୍ତ !
ଆପଣ ଯେତେବେଳେ ପ୍ରସନ୍ନ ହୋଇଥାଆନ୍ତି, ସେତେବେଳେ
ମନୁଷ୍ୟକୁ ବ୍ରହ୍ମାଙ୍କ ପରି ଦୀର୍ଘାୟୁ, ତାଙ୍କ ତୁଲ୍ୟ ଦିବ୍ୟ ଶରୀର, ପ୍ରତ୍ୟେକ ଅଭୀଷ୍ଟ ବସ୍ତୁ, ଅତୁଳିତ ଧନ, ସ୍ବର୍ଗ, ପୃଥିବୀ, ପାତାଳ, ଯୋଗର
ସମସ୍ତ ସିଦ୍ଧି, ଅର୍ଥ-ଧର୍ମ-କାମରୂପ
ତ୍ରିବର୍ଗ – ଏପରିକି ବିଶୁଦ୍ଧ ଜ୍ଞାନ ମଧ୍ୟ ପ୍ରାପ୍ତ ହୋଇଯାଏ | ସେପରି ସ୍ଥଳେ, ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବା ଆଦି ଛୋଟ-ଛୋଟ
କାମନା ବିଷୟରେ କ’ଣ କହିବା |
ଶ୍ରୀଶୁକ ଉବାଚ
ଅଦିତ୍ୟୈବଂ ସ୍ତୁତୋ
ରାଜନ୍ ଭଗବାନ୍ ପୁଷ୍କରେକ୍ଷଣଃ ।
କ୍ଷେତ୍ରଜ୍ଞଃ
ସର୍ୱଭୂତାନାମିତି ହୋବାଚ ଭାରତ ॥ ୧୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଅଦିତି ଯେତେବେଳେ କମଳନୟନ ଭଗବାନଙ୍କର ଏହିପରି ଭାବରେ ସ୍ତୁତି କଲେ, ସେତେବେଳେ ସବୁ ପ୍ରାଣୀଙ୍କ ହୃଦୟରେ ରହି ସେମାନଙ୍କ
ଗତି-ବିଧିର ଜ୍ଞାତା ଭଗବାନ ତାଙ୍କୁ ଏହା କହିଲେ -
ଶ୍ରୀଭଗବାନୁବାଚ
ଦେବମାତର୍ଭବତ୍ୟା
ମେ ବିଜ୍ଞାତଂ ଚିରକାଙ୍କ୍ଷିତମ୍ ।
ଯତ୍ସପତ୍ନୈର୍ହୃତଶ୍ରୀଣାଂ
ଚ୍ୟାବିତାନାଂ ସ୍ୱଧାମତଃ ॥ ୧୨॥
ଶ୍ରୀଭଗବାନ କହିଲେ –
ଦେବତାମାନଙ୍କର ଜନନୀ ହେ ଅଦିତି ! ମୁଁ ତୁମର ଚିରକାଳୀନ ଅଭିଳାଷକୁ ଜାଣେ | ଶତ୍ରୁମାନେ ତୁମ
ପୁତ୍ରମାନଙ୍କର ସମ୍ପତ୍ତି ହରଣ କରି ସେମାନଙ୍କୁ ତାଙ୍କର ଲୋକ (ସ୍ବର୍ଗ) ରୁ ବିତାଡିତ କରି
ଦେଇଛନ୍ତି |
ତାନ୍ ବିନିର୍ଜିତ୍ୟ
ସମରେ ଦୁର୍ମଦାନସୁରର୍ଷଭାନ୍ ।
ପ୍ରତିଲବ୍ଧଜୟଶ୍ରୀଭିଃ
ପୁତ୍ରୈରିଚ୍ଛସ୍ୟୁପାସିତୁମ୍ ॥ ୧୩॥
ତୁମର ଇଚ୍ଛା
ଯୁଦ୍ଧରେ ତୁମ ପୁତ୍ରମାନେ ସେହି ଉନ୍ମତ୍ତ ଏବଂ ବଳବାନ ଅସୁରଙ୍କୁ ପରାଜିତ କରି ବିଜୟଲକ୍ଷ୍ମୀ
ପ୍ରାପ୍ତ କରିବେ, ଯଦ୍ବାରା କି ତୁମେ
ସେମାନଙ୍କ ସହିତ ମିଶି ଭଗବାନଙ୍କର ଉପାସନା କରିପାରିବ |
ଇନ୍ଦ୍ରଜ୍ୟେଷ୍ଠୈଃ
ସ୍ୱତନୟୈର୍ହତାନାଂ ଯୁଧି ବିଦ୍ୱିଷାମ୍ ।
ସ୍ତ୍ରିୟୋ
ରୁଦନ୍ତୀରାସାଦ୍ୟ ଦ୍ରଷ୍ଟୁମିଚ୍ଛସି ଦୁଃଖିତାଃ ॥ ୧୪॥
ତୁମର ଏହି ଇଚ୍ଛା
ମଧ୍ୟ ରହିଛି ଯେ ଇନ୍ଦ୍ରାଦି ତୁମର ପୁତ୍ରମାନେ ଯେତେବେଳେ ତାଙ୍କର ଶତ୍ରୁମାନଙ୍କର ବଧ କରିବେ, ସେତେବେଳେ ସେମାନଙ୍କର ବିଳାପରତା ସ୍ତ୍ରୀମାନଙ୍କର
ଦୁଃଖକୁ ତୁମେ ନିଜ ଆଖିରେ ଦେଖିବ |
ଆତ୍ମଜାନ୍
ସୁସମୃଦ୍ଧାଂସ୍ତ୍ୱଂ ପ୍ରତ୍ୟାହୃତୟଶଃଶ୍ରିୟଃ ।
ନାକପୃଷ୍ଠମଧିଷ୍ଠାୟ
କ୍ରୀଡତୋ ଦ୍ରଷ୍ଟୁମିଚ୍ଛସି ॥ ୧୫॥
ଅଦିତି ! ତୁମେ
ଇଚ୍ଛା କରୁଛ ଯେ ତୁମର ପୁତ୍ରମାନେ ଧନ ଏବଂ ଶକ୍ତିରେ ସମୃଦ୍ଧ ହୋଇଯିବେ | ସେମାନେ ନିଜର
କୀର୍ତ୍ତି ଏବଂ ଐଶ୍ବର୍ଯ୍ୟ ପୁନର୍ବାର ପ୍ରାପ୍ତ କରିବେ ତଥା ପୂର୍ବବତ୍ ସେମାନେ ସ୍ବର୍ଗ ଉପରେ
ଅଧିକାର କରି ଆନନ୍ଦରେ ବିହାର କରିବେ |
ପ୍ରାୟୋଽଧୁନା
ତେଽସୁରୟୂଥନାଥା
ଅପାରଣୀୟା ଇତି
ଦେବି ମେ ମତିଃ ।
ଯତ୍ତେଽନୁକୂଲେଶ୍ୱରବିପ୍ରଗୁପ୍ତା
ନ ବିକ୍ରମସ୍ତତ୍ର
ସୁଖଂ ଦଦାତି ॥ ୧୬॥
କିନ୍ତୁ ଦେବି ! ମୋ
ମତରେ, ଏହି ସମୟରେ ସେହି ଅସୁର-ସେନାପତିମାନଙ୍କୁ ଜୟ କରିହେବ
ନାହିଁ; କାରଣ ଈଶ୍ବର ଏବଂ ବ୍ରାହ୍ମଣ ଏବେ ସେମାନଙ୍କ ପ୍ରତି ଅନୁକୂଳ ରହିଛନ୍ତି | ଏହି ସମୟରେ
ସେମାନଙ୍କ ସହିତ ଯୁଦ୍ଧ କଲେ, ସୁଖ ମିଳିବାର ଆଶା
ନାହିଁ |
ଅଥାପ୍ୟୁପାୟୋ ମମ
ଦେବି ଚିନ୍ତ୍ୟଃ
ସନ୍ତୋଷିତସ୍ୟ
ବ୍ରତଚର୍ୟଯା ତେ ।
ମମାର୍ଚନଂ ନାର୍ହତି
ଗନ୍ତୁମନ୍ୟଥା
ଶ୍ରଦ୍ଧାନୁରୂପଂ
ଫଲହେତୁକତ୍ୱାତ୍ ॥ ୧୭॥
ତଥାପି ହେ ଦେବି !
ତୁମେ ଏହି ଯେଉଁ ବ୍ରତର ଅନୁଷ୍ଠାନ କରିଛ, ସେଥିରେ ମୁଁ ବହୁତ ପ୍ରସନ୍ନ ହୋଇଛି; ସେଥିପାଇଁ ଏହା ସମ୍ବନ୍ଧରେ କିଛି-ନା-କିଛି ଉପାୟ
ମୋତେ ଚିନ୍ତା କରିବାକୁ ପଡିବ | କାରଣ ମୋର ଆରାଧନା ତ କେବେ ବ୍ୟର୍ଥ ହେବନାହିଁ; ଶ୍ରଦ୍ଧା ଅନୁସାରେ ତାହାର ଫଳ ନିଶ୍ଚୟ ମିଳିବ |
ତ୍ୱୟାର୍ଚିତଶ୍ଚାହମପତ୍ୟଗୁପ୍ତୟେ
ପୟୋବ୍ରତେନାନୁଗୁଣଂ
ସମୀଡିତଃ ।
ସ୍ୱାଂଶେନ
ପୁତ୍ରତ୍ୱମୁପେତ୍ୟ ତେ ସୁତାନ୍
ଗୋପ୍ତାସ୍ମି
ମାରୀଚତପସ୍ୟଧିଷ୍ଠିତଃ ॥ ୧୮॥
ତୁମେ ନିଜ
ପୁତ୍ରମାନଙ୍କର ରକ୍ଷା ନିମନ୍ତେ ବିଧିପୂର୍ବକ ପୟୋବ୍ରତ ଦ୍ବାରା ମୋର ପୂଜା ଏବଂ ସ୍ତୁତି କରିଛ |
ତେଣୁ ମୁଁ ଅଂଶରୂପରେ କଶ୍ୟପଙ୍କ ବୀର୍ଯ୍ୟରେ ପ୍ରବେଶ କରିବି ଏବଂ ତୁମର ପୁତ୍ର ଭାବରେ ତୁମ
ସନ୍ତାନମାନଙ୍କର ରକ୍ଷା କରିବି |
ଉପଧାବ ପତିଂ ଭଦ୍ରେ
ପ୍ରଜାପତିମକଲ୍ମଷମ୍ ।
ମାଂ ଚ ଭାବୟତୀ
ପତ୍ୟାବେବଂ ରୂପମବସ୍ଥିତମ୍ ॥ ୧୯॥
କଲ୍ୟାଣୀ ! ତୁମେ
ନିଜ ପତି କଶ୍ୟପଙ୍କଠାରେ ମୋତେ ଏହି ରୂପରେ ସ୍ଥିତ ଦେଖ ଏବଂ ସେହି ନିଷ୍ପାପ ପ୍ରଜାପତିଙ୍କର
ସେବା କର |
ନୈତତ୍ପରସ୍ମା
ଆଖ୍ୟେୟଂ ପୃଷ୍ଟୟାପି କଥଞ୍ଚନ ।
ସର୍ୱଂ ସମ୍ପଦ୍ୟତେ
ଦେବି ଦେବଗୁହ୍ୟଂ ସୁସମ୍ବୃତମ୍ ॥ ୨୦॥
ଦେବି ! ଦେଖ, କିଏ ପଚାରିଲେ ବି ଏହି କଥା କାହା ଆଗରେ ପ୍ରକାଶ କରିବ
ନାହିଁ | ଦେବତାମାନଙ୍କର ରହସ୍ୟ ଯେତେ ଗୁପ୍ତ ରହେ, ସେତିକି ହିଁ ସଫଳ
ହୋଇଥାଏ |
ଶ୍ରୀଶୁକ ଉବାଚ
ଏତାବଦୁକ୍ତ୍ୱା
ଭଗବାଂସ୍ତତ୍ରୈବାନ୍ତରଧୀୟତ ।
ଅଦିତିର୍ଦୁର୍ଲଭଂ
ଲବ୍ଧ୍ୱା ହରେର୍ଜନ୍ମାତ୍ମନି ପ୍ରଭୋଃ ॥ ୨୧॥
ଉପାଧାବତ୍ପତିଂ
ଭକ୍ତ୍ୟା ପରୟା କୃତକୃତ୍ୟବତ୍ ।
ସ ବୈ ସମାଧିୟୋଗେନ
କଶ୍ୟପସ୍ତଦବୁଧ୍ୟତ ॥ ୨୨॥
ପ୍ରବିଷ୍ଟମାତ୍ମନି
ହରେରଂଶଂ ହ୍ୟବିତଥେକ୍ଷଣଃ ।
ସୋଽଦିତ୍ୟାଂ
ବୀର୍ୟମାଧତ୍ତ ତପସା ଚିରସମ୍ଭୃତମ୍ ।
ସମାହିତମନା ରାଜନ୍
ଦାରୁଣ୍ୟଗ୍ନିଂ ଯଥାନିଲଃ ॥ ୨୩॥
ଶ୍ରୀଶୁକଦେବ
କହୁଛନ୍ତି – ଏତିକି କହି ଭଗବାନ ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ | ସ୍ବୟଂ ଭଗବାନ ମୋ ଗର୍ଭରୁ
ପୁତ୍ର ରୂପରେ ଜନ୍ମ ଗ୍ରହଣ କରିବେ – ଏହା ଜାଣି ଅଦିତି ନିଜକୁ କୃତକୃତ୍ୟ ଅନୁଭବ କଲେ |
କାହିଁକି ନ କରନ୍ତେ, ଏହାଠାରୁ ବଳି ଦୁର୍ଲଭ ଆଉ କ’ଣ ଅବା ହୋଇପାରେ | ଅତିଶୟ ପ୍ରେମରେ ସେ ନିଜ ପତିଦେବ
କଶ୍ୟପଙ୍କର ସେବା କରିବାରେ ଲାଗିଲେ | କଶ୍ୟପ ମୁନି ସତ୍ୟଦର୍ଶୀ ଥିଲେ, ତାଙ୍କ ଦୃଷ୍ଟିରୁ କୌଣସି ବିଷୟ ଛପି ରହେନାହିଁ | ନିଜ
ସମାଧି-ଯୋଗରେ ସେ ଜାଣିନେଲେ ଯେ ଭଗବାନଙ୍କର ଅଂଶ ମୋ ଭିତରେ ପ୍ରବେଶ କରିଛି | ବାୟୁ ଯେପରି
କାଷ୍ଠରେ ଅଗ୍ନିର ସଂଯୋଗ କରାଇ ଥାଏ, ସେହିପରି କଶ୍ୟପ
ମୁନି ସମାହିତ ଚିତ୍ତରେ ନିଜର ତପସ୍ୟା ବଳରେ ତାଙ୍କର ଚିର-ସଞ୍ଚିତ ବୀର୍ଯ୍ୟକୁ ଅଦିତିଙ୍କ
ମଧ୍ୟରେ ସ୍ଥାପିତ କଲେ |
ଅଦିତେର୍ଧିଷ୍ଠିତଂ
ଗର୍ଭଂ ଭଗବନ୍ତଂ ସନାତନମ୍ ।
ହିରଣ୍ୟଗର୍ଭୋ
ବିଜ୍ଞାୟ ସମୀଡେ ଗୁହ୍ୟନାମଭିଃ ॥ ୨୪॥
ବ୍ରହ୍ମାଜୀ
ଯେତେବେଳେ ଜାଣିବାକୁ ପାଇଲେ ଯେ ଅଦିତିଙ୍କ ଗର୍ଭକୁ ସ୍ବୟଂ ଅବିନାଶୀ ଭଗବାନ ଆସିଛନ୍ତି, ସେତେବେଳେ ସେ ଅନେକ ରହସ୍ୟମୟ ନାମରେ ଭଗବାନଙ୍କର
ସ୍ତୁତି କରିବାରେ ଲାଗିଲେ |
ବ୍ରହ୍ମୋବାଚ
ଜୟୋରୁଗାୟ
ଭଗବନ୍ନୁରୁକ୍ରମ ନମୋଽସ୍ତୁ ତେ ।
ନମୋ
ବ୍ରହ୍ମଣ୍ୟଦେବାୟ ତ୍ରିଗୁଣାୟ ନମୋ ନମଃ ॥ ୨୫॥
ବ୍ରହ୍ମା ସ୍ତୁତି
କରି କହିଲେ – ସମଗ୍ର କୀର୍ତ୍ତିର ଆଶ୍ରୟ ଭଗବନ୍ ! ଆପଣଙ୍କର ଜୟ ହେଉ | ଅନନ୍ତ ଶକ୍ତିର
ଅଧିଷ୍ଠାନ ! ଆପଣଙ୍କ ଚରଣରେ ନମସ୍କାର | ବ୍ରହ୍ମଣ୍ୟଦେବ ! ତ୍ରିଗୁଣର ନିୟାମକ ! ଆପଣଙ୍କ ଚରଣରେ
ମୋର ବାରମ୍ବାର ପ୍ରଣାମ |
ନମସ୍ତେ
ପୃଶ୍ନିଗର୍ଭାୟ ବେଦଗର୍ଭାୟ ବେଧସେ ।
ତ୍ରିନାଭାୟ
ତ୍ରିପୃଷ୍ଠାୟ ଶିପିବିଷ୍ଟାୟ ବିଷ୍ଣବେ ॥ ୨୬॥
ପୃଷ୍ନିଙ୍କ
ପୁତ୍ରରୂପେ ଉତ୍ପନ୍ନ ହେବାକୁ ଥିବା, ବେଦର ସମସ୍ତ
ଜ୍ଞାନକୁ ନିଜ ଭିତରେ ଧାରଣ କରିଥିବା ପ୍ରଭୁ ! ବାସ୍ତବରେ ଆପଣ ହିଁ ସମସ୍ତଙ୍କର ବିଧାତା ଅଟନ୍ତି
| ଆପଣଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି | ଏହି ତ୍ରିଲୋକ ଆପଣଙ୍କ ନାଭିରେ ସ୍ଥିତ ଅଟେ |
ତ୍ରିଲୋକର ଉର୍ଦ୍ଧ୍ବରେ ଯେଉଁ ବୈକୁଣ୍ଠ ଲୋକ ରହିଛି, ଆପଣ ସେଠାରେ
ନିବାସ କରନ୍ତି | ଜୀବର ଅନ୍ତଃକରଣରେ ଆପଣ ସଦା-ସର୍ବଦା ବିରାଜମାନ ରହନ୍ତି | ଏପରି ସର୍ବବ୍ୟାପକ
ବିଷ୍ଣୁ ଆପଣଙ୍କୁ ମୁଁ ନମସ୍କାର କରୁଛି |
ତ୍ୱମାଦିରନ୍ତୋ
ଭୁବନସ୍ୟ ମଧ୍ୟ-
ମନନ୍ତଶକ୍ତିଂ
ପୁରୁଷଂ ଯମାହୁଃ ।
କାଲୋ
ଭବାନାକ୍ଷିପତୀଶ ବିଶ୍ୱଂ
ସ୍ରୋତୋ ଯଥାନ୍ତଃ
ପତିତଂ ଗଭୀରମ୍ ॥ ୨୭॥
ପ୍ରଭୁ ! ସଂସାରର
ଆଦି, ଅନ୍ତ, ଅତଏବ ମଧ୍ୟ ବି
ଆପଣ ହିଁ ଅଟନ୍ତି | ଏହି କାରଣରୁ ବେଦ ଆପଣଙ୍କର ବର୍ଣ୍ଣନ ଅନନ୍ତଶକ୍ତି ପୁରୁଷ ରୂପରେ କରିଥାଏ |
ପ୍ରଖର ସ୍ରୋତ ଜଳରେ ପଡିଥିବା କୁଟା ଖଣ୍ଡକୁ ପ୍ରବାହିତ କରି ନେବା ପରି ଆପଣ କାଳରୂପରେ ସଂସାରର
ଧାରାପ୍ରବାହର ସଞ୍ଚାଳନ କରୁଥାଆନ୍ତି |
ତ୍ୱଂ ବୈ ପ୍ରଜାନାଂ
ସ୍ଥିରଜଙ୍ଗମାନାଂ
ପ୍ରଜାପତୀନାମସି
ସମ୍ଭବିଷ୍ଣୁଃ ।
ଦିବୌକସାଂ ଦେବ
ଦିବଶ୍ଚ୍ୟୁତାନାଂ
ପରାୟଣଂ ନୌରିବ
ମଜ୍ଜତୋଽପ୍ସୁ ॥ ୨୮॥
ଆପଣ ଚରାଚର ପ୍ରଜା
ଏବଂ ପ୍ରଜାପତିମାନଙ୍କର ମଧ୍ୟ ଉତ୍ପନ୍ନକାରୀ ମୂଳ କାରଣ ଅଟନ୍ତି | ଦେବାଧିଦେବ ! ଜଳରେ ବୁଡି
ଯାଉଥିବା ପ୍ରାଣୀ ନିମନ୍ତେ ନୌକାର ଅବଲମ୍ବନ ପରି ସ୍ବର୍ଗରୁ ବିତାଡିତ ଦେବତାମାନଙ୍କର ଏକମାତ୍ର
ଆଶ୍ରୟ ଆପଣ ହିଁ ଅଟନ୍ତି |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସମ୍ହିତାୟାଂ
ଅଷ୍ଟମସ୍କନ୍ଧେ
ବାମନପ୍ରାଦୁର୍ଭାବେ ସପ୍ତଦଶୋଽଧ୍ୟାୟଃ ॥ ୧୭॥

Comments
Post a Comment