ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଅଷ୍ଟମ ସ୍କନ୍ଧ ॥
ଦ୍ବାବିଂଶ ଅଧ୍ୟାୟ
ବଳିଙ୍କ ଦ୍ବାରା ଭଗବାନଙ୍କର ସ୍ତୁତି ଏବଂ ଭଗବାନଙ୍କର
ପ୍ରସନ୍ନତା
ଶ୍ରୀଶୁକ ଉବାଚ
ଏବଂ ବିପ୍ରକୃତୋ
ରାଜନ୍ ବଲିର୍ଭଗବତାସୁରଃ ।
ଭିଦ୍ୟମାନୋଽପ୍ୟଭିନ୍ନାତ୍ମା
ପ୍ରତ୍ୟାହାବିକ୍ଲବଂ ବଚଃ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଏହିପରି ଭାବରେ ବଳିଙ୍କର ତିରସ୍କାର କରି ଭଗବାନ ତାଙ୍କୁ
ଧୈର୍ଯ୍ୟଚ୍ୟୁତ କରିବାକୁ ଚେଷ୍ଟା କଲେ | କିନ୍ତୁ ବଳି ଆଦୌ ବିଚଳିତ ନ ହୋଇ ଧୈର୍ଯ୍ୟର ସହିତ
କହିଲେ -
ବଲିରୁବାଚ
ଯଦ୍ୟୁତ୍ତମଶ୍ଲୋକ
ଭବାନ୍ ମମେରିତଂ
ବଚୋ ବ୍ୟଲୀକଂ
ସୁରବର୍ୟ ମନ୍ୟତେ ।
କରୋମ୍ୟୃତଂ ତନ୍ନ
ଭବେତ୍ପ୍ରଲମ୍ଭନଂ
ପଦଂ ତୃତୀୟଂ କୁରୁ
ଶୀର୍ଷ୍ଣି ମେ ନିଜମ୍ ॥ ୨॥
ଦୈତ୍ୟରାଜ ବଳି
କହିଲେ – ହେ ଦେବତାମାନଙ୍କର ଆରାଧ୍ୟଦେବ ! ଆପଣଙ୍କର କୀର୍ତ୍ତି ଅତ୍ୟନ୍ତ ପବିତ୍ର ଅଟେ | ଆପଣ କ’ଣ ସତରେ ମୋର ବଚନକୁ ଅସତ୍ୟ ମନେ କରୁଛନ୍ତି ? ଏହା
କଦାପି ନୁହେଁ | ମୁଁ ଏହି କ୍ଷଣି ତାହାକୁ ସତ୍ୟ କରି ଦେଖାଉଛି | ଆପଣଙ୍କୁ ଧୋଖା ମିଳିବ ନାହିଁ
| ଆପଣ କୃପା କରି ନିଜର ତୃତୀୟ ପାଦ ମୋର ମସ୍ତକ ଉପରେ ରଖନ୍ତୁ |
ବିଭେମି ନାହଂ
ନିରୟାତ୍ପଦଚ୍ୟୁତୋ
ନ
ପାଶବନ୍ଧାଦ୍ୱ୍ୟସନାଦ୍ଦୁରତ୍ୟଯାତ୍ ।
ନୈବାର୍ଥକୃଚ୍ଛ୍ରାଦ୍ଭବତୋ
ବିନିଗ୍ରହା-
ଦସାଧୁବାଦାଦ୍ଭୃଶମୁଦ୍ୱିଜେ
ଯଥା ॥ ୩॥
ମୁଁ ନର୍କଗାମୀ
ହେବାକୁ ବା ରାଜ୍ୟରୁ ଚ୍ୟୁତ ହେବାକୁ ଭୟ କରେନାହିଁ | ପାଶରେ ବନ୍ଧା ହେବାକୁ ଅଥବା ଅପାର ଦୁଃଖ
ଭୋଗ କରିବାକୁ ମୁଁ ଡରେ ନାହିଁ | ମୋ ପାଖରେ କଣା-ପଇସା ବି ନ ରହୁ ଅଥବା ଆପଣ ମୋତେ ଘୋର ଦଣ୍ଡ
ଦିଅନ୍ତୁ – ତାହା ମଧ୍ୟ ମୋର ଭୟର କାରଣ ନୁହେଁ | ମୁଁ ଡରେ ତ କେବଳ ନିଜର ଅପକୀର୍ତ୍ତିକୁ |
ପୁଂସାଂ
ଶ୍ଲାଘ୍ୟତମଂ ମନ୍ୟେ ଦଣ୍ଡମର୍ହତ୍ତମାର୍ପିତମ୍ ।
ଯଂ ନ ମାତା ପିତା
ଭ୍ରାତା ସୁହୃଦଶ୍ଚାଦିଶନ୍ତି ହି ॥ ୪॥
ନିଜ ପୂଜନୀୟ
ଗୁରୁଜନଙ୍କ ଦ୍ବାରା ଦିଆ ଯାଉଥିବା ଦଣ୍ଡ ତ ପ୍ରତ୍ୟେକ ଜୀବର ପରମ ବାଞ୍ଛନୀୟ ଅଟେ | କାରଣ ସେପରି
ଦଣ୍ଡ ମାତା, ପିତା, ଭାଈ, ସୁହୃଦ ମୋହବଶତଃ
ଦେଇପାରନ୍ତି ନାହିଁ |
ତ୍ୱଂ ନୂନମସୁରାଣାଂ
ନଃ ପାରୋକ୍ଷ୍ୟଃ ପରମୋ ଗୁରୁଃ ।
ଯୋ
ନୋଽନେକମଦାନ୍ଧାନାଂ ବିଭ୍ରଂଶଂ ଚକ୍ଷୁରାଦିଶତ୍ ॥ ୫॥
ଆପଣ ଛଦ୍ମ ରୂପରେ
ଆମ୍ଭମାନଙ୍କ ପରି ଅସୁରମାନଙ୍କୁ ଶ୍ରେଷ୍ଠ ଶିକ୍ଷା ହିଁ ଦେଇଥାଆନ୍ତି | ତେଣୁ ଆପଣ ଆମର ପରମ
ଗୁରୁ ଅଟନ୍ତି | ଆମ୍ଭେମାନେ ଯେତେବେଳେ ଧନ, କୁଳୀନତା, ବଳ
ଆଦିର ମଦରେ ଅନ୍ଧ ହୋଇ ଯାଇଥାଉ, ସେତେବେଳେ ଆପଣ
ସେହି ସବୁ ବସ୍ତୁକୁ ଆମଠାରୁ ଛଡାଇ ନେଇ ଆମକୁ ନେତ୍ରଦାନ କରିଥାଆନ୍ତି |
ଯସ୍ମିନ୍
ବୈରାନୁବନ୍ଧେନ ବ୍ୟୂଢେନ ବିବୁଧେତରାଃ ।
ବହବୋ ଲେଭିରେ
ସିଦ୍ଧିଂ ଯାମୁ ହୈକାନ୍ତୟୋଗିନଃ ॥ ୬॥
ଆପଣଙ୍କ ଦ୍ବାରା
ଆମର ଯେଉଁ ଉପକାର ହୋଇଥାଏ, ସେ ବିଷୟରେ ମୁଁ
ଅଧିକ କ’ଣ କହିବି ? ଯୋଗୀଗଣ ଅନନ୍ୟଭାବରେ ଯୋଗସାଧନା କରି ଯେଉଁ
ସିଦ୍ଧି ପ୍ରାପ୍ତ କରିଥାଆନ୍ତି, ବହୁତ ଜଣ
ଅସୁରଙ୍କୁ ସେହି ସିଦ୍ଧି ଆପଣଙ୍କ ପ୍ରତି ଦୃଢ ବୈରଭାବ ରଖି ପ୍ରାପ୍ତ ହୋଇପାରିଛି |
ତେନାହଂ
ନିଗୃହୀତୋଽସ୍ମି ଭବତା ଭୂରିକର୍ମଣା ।
ବଦ୍ଧଶ୍ଚ ବାରୁଣୈଃ
ପାଶୈର୍ନାତିବ୍ରୀଡେ ନ ଚ ବ୍ୟଥେ ॥ ୭॥
ଯାହାର ଏପରି ମହିମା, ଏପରି ଅନନ୍ତ ଲୀଳା ରହିଛି, ସେ ଆଜି ମୋତେ ଦଣ୍ଡ ଦେଉଛନ୍ତି ଏବଂ ମୋତେ ବରୁଣ
ପାଶରେ ବାନ୍ଧି ରଖିଛନ୍ତି | ଏଥିପାଇଁ ମୁଁ କୌଣସି ପ୍ରକାରର ଲଜ୍ୟା ବା ବ୍ୟଥା ଅନୁଭବ କରୁନାହିଁ
|
ପିତାମହୋ ମେ
ଭବଦୀୟସମ୍ମତଃ
ପ୍ରହ୍ଲାଦ
ଆବିଷ୍କୃତସାଧୁବାଦଃ ।
ଭବଦ୍ୱିପକ୍ଷେଣ
ବିଚିତ୍ରବୈଶସଂ
ସମ୍ପ୍ରାପିତସ୍ତ୍ୱତ୍ପରମଃ
ସ୍ୱପିତ୍ରା ॥ ୮॥
ପ୍ରଭୁ ! ମୋର
ପିତାମହ ପ୍ରହ୍ଲାଦଙ୍କର କୀର୍ତ୍ତି ସାରା ଜଗତରେ ପ୍ରସିଦ୍ଧ ଅଟେ | ଆପଣଙ୍କର ଭକ୍ତମାନଙ୍କ
ମଧ୍ୟରେ ସେ ଶ୍ରେଷ୍ଠ ରୂପେ ପରିଗଣିତ ହୁଅନ୍ତି | ତାଙ୍କର ପିତା ହିରଣ୍ୟକଶିପୁ ଆପଣଙ୍କ ପ୍ରତି
ବୈରଭାବ ରଖି ତାଙ୍କୁ ଅନେକ ପ୍ରକାରର ଦୁଃଖ ଦେଇଥିଲେ | କିନ୍ତୁ ମୋର ପିତାମହ ଆପଣଙ୍କର ହିଁ
ପରାୟଣ ରହିଥିଲେ, ସେ ନିଜର ସମ୍ପୂର୍ଣ୍ଣ ଜୀବନ
ଆପଣଙ୍କଠାରେ ହିଁ ସମର୍ପିତ କରି ଦେଇଥିଲେ |
କିମାତ୍ମନାନେନ
ଜହାତି ଯୋଽନ୍ତତଃ
କିଂ ରିକ୍ଥହାରୈଃ
ସ୍ୱଜନାଖ୍ୟଦସ୍ୟୁଭିଃ ।
କିଂ ଜାୟଯା
ସଂସୃତିହେତୁଭୂତୟା
ମର୍ତ୍ୟସ୍ୟ ଗେହୈଃ
କିମିହାୟୁଷୋ ବ୍ୟଯଃ ॥ ୯॥
ସେ ଏହା ନିଶ୍ଚୟ
କରି ନେଇଥିଲେ ଯେ ଏହି ଶରୀରରେ କ’ଣ ଅଛି; ଦିନେ ଏହାର ତ ଆମଠାରୁ ବିୟୋଗ ଘଟିବ | ଧନ-ସମ୍ପତ୍ତି
ପାଇବା ଲୋଭରେ ଯେଉଁମାନେ ଆମର ସ୍ବଜନ ସାଜିଛନ୍ତି, ସେହି ସବୁ
ଡାକୁମାନଙ୍କ ଦ୍ବବର ଆମର କେଉଁ ସ୍ବାର୍ଥ ସାଧିତ ହେବ | ପତ୍ନୀଠାରୁ ମଧ୍ୟ କ’ଣ ମିଳିବ; ସେ ବି ତ
ଜନ୍ମ-ମୃତ୍ୟୁରୂପ ସଂସାର-ଚକ୍ରରେ ଘୂରି ବୁଲୁଛି | ମରିବା ଯଦି ନିଶ୍ଚିତ, ତେବେ ଏହି ସବୁ ଘର ଆଦିରେ ମୋହ କରିବାରେ କି ଲାଭ ?
ଏହି ସବୁ ବସ୍ତୁରେ ଛନ୍ଦି ହୋଇ ରହିବା ଅର୍ଥ ନିଜ ଆୟୁକୁ ବରବାଦ କରିବା ହିଁ ଅଟେ |
ଇତ୍ଥଂ ସ
ନିଶ୍ଚିତ୍ୟ ପିତାମହୋ ମହା-
ନଗାଧବୋଧୋ ଭବତଃ
ପାଦପଦ୍ମମ୍ ।
ଧ୍ରୁବଂ ପ୍ରପେଦେ
ହ୍ୟକୁତୋଭୟଂ ଜନାଦ୍-
ଭୀତଃ
ସ୍ୱପକ୍ଷକ୍ଷପଣସ୍ୟ ସତ୍ତମ ॥ ୧୦॥
ଏପରି ନିଶ୍ଚୟ କରି
ମୋର ପିତାମହ ପ୍ରହ୍ଲାଦ ଆପଣଙ୍କର ଭୟରହିତ, ଅବିନାଶୀ ଚରଣକମଳର
ହିଁ ଶରଣ ଗ୍ରହଣ କରିଥିଲେ, ଯଦିଓ ସେ ଏହା ଭଲ
ଭାବରେ ଜାଣିଥିଲେ ଯେ ଲୌକିକ ଦୃଷ୍ଟିରେ ଯେଉଁମାନେ ତାଙ୍କର ଭାଈ-ବନ୍ଧୁ ଅଟନ୍ତି, ଆପଣ ସେମାନଙ୍କର ବିନାଶକାରୀ ଶତ୍ରୁ ଅଟନ୍ତି | କାରଣ
ସେ ପରମ ବିରକ୍ତ, ଅଗାଧ ବୋଧସମ୍ପନ୍ନ, ଉଦାରହୃଦୟ ସନ୍ଥ ଶିରୋମଣି ଥିଲେ |
ଅଥାହମପ୍ୟାତ୍ମରିପୋସ୍ତବାନ୍ତିକଂ
ଦୈବେନ ନୀତଃ
ପ୍ରସଭଂ ତ୍ୟାଜିତଶ୍ରୀଃ ।
ଇଦଂ
କୃତାନ୍ତାନ୍ତିକବର୍ତି ଜୀବିତଂ
ଯୟାଧ୍ରୁବଂ
ସ୍ତବ୍ଧମତିର୍ନ ବୁଧ୍ୟତେ ॥ ୧୧॥
ମୋର ସ୍ବଜନମାନଙ୍କର
ବିନାଶକାରୀ ହୋଇଥିବା ଦୃଷ୍ଟିରୁ ଆପଣ ମୋର ଶତ୍ରୁ ଅଟନ୍ତି | କିନ୍ତୁ ବିଧାତା ମୋତେ
ଐଶ୍ବର୍ଯ୍ୟ-ଲକ୍ଷ୍ମୀରୁ ଚ୍ୟୁତ କରି ଜୋର-ଜବରଦସ୍ତୀ ଆପଣଙ୍କ ପାଖରେ ପହଞ୍ଚାଇ ଦେଲା | ଭଲ ହେଲା;
କାରଣ ଐଶ୍ବର୍ଯ୍ୟ-ଲକ୍ଷ୍ମୀର ମୋହରେ ପଡି ଜୀବର ବୁଦ୍ଧି ଜଡ ହୋଇଯାଏ ଏବଂ ସେ ଏହା ବୁଝିପାରେ
ନାହିଁ ଯେ ମୋର ଏହି ଜୀବନ ମୃତ୍ୟୁର କବଳିତ ଏବଂ ଅନିତ୍ୟ ଅଟେ |
ଶ୍ରୀଶୁକ ଉବାଚ
ତସ୍ୟେତ୍ଥଂ
ଭାଷମାଣସ୍ୟ ପ୍ରହ୍ଲାଦୋ ଭଗବତ୍ପ୍ରିୟଃ ।
ଆଜଗାମ
କୁରୁଶ୍ରେଷ୍ଠ ରାକାପତିରିବୋତ୍ଥିତଃ ॥ ୧୨॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ରାଜା ବଳି ଏହିପରି କହୁଥିବା ସମୟରେ ହିଁ ଉଦୟକାଳୀନ ଚନ୍ଦ୍ରମା ସଦୃଶ
ଭଗବାନଙ୍କର ପ୍ରେମ-ପାତ୍ର ପ୍ରହ୍ଲାଦ ମହାରାଜ ସେଠାରେ ଆସି ଉପସ୍ଥିତ ହେଲେ |
ତମିନ୍ଦ୍ରସେନଃ
ସ୍ୱପିତାମହଂ ଶ୍ରିୟା
ବିରାଜମାନଂ
ନଲିନାୟତେକ୍ଷଣମ୍ ।
ପ୍ରାଂଶୁଂ
ପିଶଙ୍ଗାମ୍ବରମଞ୍ଜନତ୍ୱିଷଂ
ପ୍ରଲମ୍ବବାହୁଂ
ସୁଭଗଂ ସମୈକ୍ଷତ ॥ ୧୩॥
ରାଜା ବଳି ଦେଖିଲେ
ମୋର ପିତାମହ ଅତ୍ୟନ୍ତ ଶ୍ରୀସମ୍ପନ୍ନ ଅଟନ୍ତି | କମଳ ସଦୃଶ କୋମଳ ନେତ୍ର, ଆଜାନୁଲମ୍ବିତ ଭୁଜ, ସୁନ୍ଦର, ସୁଉଚ୍ଚ ଏବଂ
ଶ୍ୟାମଳ ଶରୀରରେ ସେ ପୀତାମ୍ବର ଧାରଣ କରିଛନ୍ତି |
ତସ୍ମୈ
ବଲିର୍ୱାରୁଣପାଶୟନ୍ତ୍ରିତଃ
ସମର୍ହଣଂ ନୋପଜହାର
ପୂର୍ୱବତ୍ ।
ନନାମ
ମୂର୍ଧ୍ନାଶ୍ରୁବିଲୋଲଲୋଚନଃ
ସବ୍ରୀଡନୀଚୀନମୁଖୋ
ବଭୂବ ହ ॥ ୧୪॥
ବଳି ସେହି ସମୟରେ
ବରୁଣ-ପାଶରେ ବନ୍ଧା ହୋଇଥିଲେ | ସେଥିପାଇଁ ପ୍ରହ୍ଲାଦ ମହାରାଜଙ୍କର ଆଗମନରେ ପୂର୍ବେ ଯେପରି ସେ
ତାଙ୍କର ପୂଜା କରୁଥିଲେ, ସେପରି କରି ପାରିଲେ ନାହିଁ
| ଅଶ୍ରୁରେ ତାଙ୍କର ନେତ୍ର ଚଞ୍ଚଳ ହୋଇ ଉଠିଲା, ଲଜ୍ୟାରେ ମୁଖ
ଅବନତ ହୋଇଗଲୀ | ସେ କେବଳ ମସ୍ତକ ଅବନତ କରି ତାଙ୍କୁ ନମସ୍କାର କଲେ |
ସ ତତ୍ର
ହାସୀନମୁଦୀକ୍ଷ୍ୟ ସତ୍ପତିଂ
ସୁନନ୍ଦନନ୍ଦାଦ୍ୟନୁଗୈରୁପାସିତମ୍
।
ଉପେତ୍ୟ ଭୂମୌ
ଶିରସା ମହାମନା
ନନାମ ମୂର୍ଧ୍ନା
ପୁଲକାଶ୍ରୁବିକ୍ଲବଃ ॥ ୧୫॥
ପ୍ରହ୍ଲାଦ ଦେଖିଲେ
ଯେ ଭକ୍ତବତ୍ସଳ ଭଗବାନ ସେଠାରେ ବିରାଜମାନ କରିଛନ୍ତି ଏବଂ ସୁନନ୍ଦ-ନନ୍ଦ ଆଦି ପାର୍ଷଦମାନେ
ତାଙ୍କର ସେବା କରୁଛନ୍ତି | ପ୍ରେମର ଉଦ୍ରେକରେ ପ୍ରହ୍ଲାଦଙ୍କର ସାରା ଶରୀର ପୁଲକିତ ହୋଇ ଉଠିଲା, ଅଶ୍ରୁରେ ଆଖି ଛଳଛଳ ହୋଇଗଲା | ଆନନ୍ଦପୂର୍ଣ୍ଣ
ହୃଦୟରେ ମସ୍ତକ ଅବନତ କରି ସେ ନିଜ ସ୍ବାମୀଙ୍କ ପାଖକୁ ଗଲେ ଏବଂ ଭୂମିରେ ମସ୍ତକ ଲଗାଇ ତାଙ୍କୁ
ସାଷ୍ଟାଙ୍ଗ ପ୍ରଣାମ କଲେ |
ପ୍ରହ୍ଲାଦ ଉବାଚ
ତ୍ୱୟୈବ ଦତ୍ତଂ
ପଦମୈନ୍ଦ୍ରମୂର୍ଜିତଂ
ହୃତଂ ତଦେବାଦ୍ୟ
ତଥୈବ ଶୋଭନମ୍ ।
ମନ୍ୟେ ମହାନସ୍ୟ
କୃତୋ ହ୍ୟନୁଗ୍ରହୋ
ବିଭ୍ରଂଶିତୋ
ଯଚ୍ଛ୍ରିୟ ଆତ୍ମମୋହନାତ୍ ॥ ୧୬॥
ପ୍ରହ୍ଲାଦ କହିଲେ –
ପ୍ରଭୁ ! ଆପଣ ହିଁ ବଳିକୁ ଏହି ଐଶ୍ବର୍ଯ୍ୟପୂର୍ଣ୍ଣ ଇନ୍ଦ୍ରପଦ ଦେଇଥିଲେ ଏବଂ ଆଜି ଆପଣ ହିଁ
ତାହା ଛଡାଇ ନେଲେ | ଆପଣଙ୍କର ଦେବା ଯେତିକି ସୁନ୍ଦର, ନେବା ମଧ୍ୟ
ସେତିକି ସୁନ୍ଦର | ମୁଁ ତ ଭାବୁଛି ଆତ୍ମାକୁ ମୋହଗ୍ରସ୍ତ କରୁଥିବା ରାଜ୍ୟଲକ୍ଷ୍ମୀଠାରୁ ପୃଥକ୍
କରି ଆପଣ ବଳି ପ୍ରତି ବିଶେଷ କୃପା କରିଛନ୍ତି |
ଯୟା ହି ବିଦ୍ୱାନପି
ମୁହ୍ୟତେ ଯତ-
ସ୍ତତ୍କୋ ବିଚଷ୍ଟେ
ଗତିମାତ୍ମନୋ ଯଥା ।
ତସ୍ମୈ ନମସ୍ତେ
ଜଗଦୀଶ୍ୱରାୟ ବୈ
ନାରାୟଣାୟାଖିଲଲୋକସାକ୍ଷିଣେ
॥ ୧୭॥
ପ୍ରଭୁ !
ଲକ୍ଷ୍ମୀଙ୍କ ମଦରେ ତ ବଡ-ବଡ ବିଦ୍ବାନ୍ ପୁରୁଷ ମଧ୍ୟ ମୋହିତ ହୋଇଯାଆନ୍ତି | ସେ ପାଖରେ ରହିଥିବା
ବେଳେ କିଏ ଅବା ନିଜର ବାସ୍ତବ ସ୍ବରୂପକୁ ଠିକ୍-ଠିକ୍ ଜାଣିପାରିବ ? ଅତଏବ ସେହି ଲକ୍ଷ୍ମୀଙ୍କୁ
ଛଡାଇ ନେଇ ପ୍ରାଣୀର ମହାନ୍ ଉପକାର କରୁଥିବା, ସମସ୍ତ ଜଗତର
ମହାନ୍ ଈଶ୍ବର, ସମସ୍ତଙ୍କ ହୃଦୟରେ
ବିରାଜମାନ, ସର୍ବସାକ୍ଷୀ
ଶ୍ରୀନାରାୟଣଦେବଙ୍କୁ ମୁଁ ନମସ୍କାର କରୁଛି |
ଶ୍ରୀଶୁକ ଉବାଚ
ତସ୍ୟାନୁଶୃଣ୍ୱତୋ
ରାଜନ୍ ପ୍ରହ୍ଲାଦସ୍ୟ କୃତାଞ୍ଜଲେଃ ।
ହିରଣ୍ୟଗର୍ଭୋ
ଭଗବାନୁବାଚ ମଧୁସୂଦନମ୍ ॥ ୧୮॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ପ୍ରହ୍ଲାଦ ଅଞ୍ଜଳି ବାନ୍ଧି ଠିଆ ହୋଇଥିଲେ | ତାଙ୍କ ସମ୍ମୁଖରେ ହିଁ
ବ୍ରହ୍ମାଜୀ ବାମନଭଗବାନଙ୍କୁ କିଛି କହିବାକୁ ଇଚ୍ଛା କରୁଥିଲେ |
ବଦ୍ଧଂ ବୀକ୍ଷ୍ୟ
ପତିଂ ସାଧ୍ୱୀ ତତ୍ପତ୍ନୀ ଭୟବିହ୍ୱଲା ।
ପ୍ରାଞ୍ଜଲିଃ
ପ୍ରଣତୋପେନ୍ଦ୍ରଂ ବଭାଷେଽବାଙ୍ମୁଖୀ ନୃପ ॥ ୧୯॥
କିନ୍ତୁ ଏହି ସମୟରେ
ହିଁ ରାଜା ବଳିଙ୍କର ପରମ ସାଧ୍ବୀ ପତ୍ନୀ ବିନ୍ଧ୍ୟାବଳୀ ସେଠାରେ ଆସି ପହଞ୍ଚି ଗଲେ | ନିଜ
ପତିଦେବଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ଦେଖି ଭୟଭୀତ ହୋଇ ସେ ଭଗବାନଙ୍କ ଚରଣରେ ପ୍ରଣାମ କଲେ
ଏବଂ ହାତ ଯୋଡି, ମୁଖ ଅବନତ କରି ସେ
ଭଗବାନଙ୍କୁ କହିଲେ -
ବିନ୍ଧ୍ୟାବଲିରୁବାଚ
କ୍ରୀଡାର୍ଥମାତ୍ମନ
ଇଦଂ ତ୍ରିଜଗତ୍କୃତଂ ତେ
ସ୍ୱାମ୍ୟଂ ତୁ ତତ୍ର
କୁଧିୟୋଽପର ଈଶ କୁର୍ୟୁଃ ।
କର୍ତୁଃ ପ୍ରଭୋସ୍ତବ
କିମସ୍ୟତ ଆବହନ୍ତି
ତ୍ୟକ୍ତହ୍ରିୟସ୍ତ୍ୱଦବରୋପିତକର୍ତୃବାଦାଃ
॥ ୨୦॥
ବିନ୍ଧ୍ୟାବଳୀ
କହିଲେ – ପ୍ରଭୁ ! ଆପଣ କ୍ରୀଡା କରିବା ଉଦ୍ଦେଶ୍ୟରେ ଏହି ସମ୍ପୂର୍ଣ୍ଣ ଜଗତର ରଚନା କରିଛନ୍ତି |
ଯେଉଁମାନେ କୁବୁଦ୍ଧି ଅଟନ୍ତି, ସେହିମାନେ ହିଁ
ନିଜକୁ ଏହାର ସ୍ବାମୀ ମନେକରନ୍ତି | ଆପଣ ହିଁ ଯେତେବେଳେ ଏହାର କର୍ତ୍ତା, ଭର୍ତ୍ତା ଏବଂ ସଂହର୍ତ୍ତା ଅଟନ୍ତି, ସେତେବେଳେ ଆପଣଙ୍କ ମାୟାରେ ମୋହିତ ହୋଇ ମିଛଟାରେ
ନିଜକୁ କର୍ତ୍ତା ମନେ କରୁଥିବା ନିର୍ଲଜ୍ଜ ଭଲା ଆପଣଙ୍କୁ କ’ଣ ସମର୍ପିତ କରିବ ?
ବ୍ରହ୍ମୋବାଚ
ଭୂତଭାବନ ଭୂତେଶ
ଦେବଦେବ ଜଗନ୍ମୟ ।
ମୁଞ୍ଚୈନଂ
ହୃତସର୍ୱସ୍ୱଂ ନାୟମର୍ହତି ନିଗ୍ରହମ୍ ॥ ୨୧॥
ବ୍ରହ୍ମାଜୀ କହିଲେ –
ସମସ୍ତ ପ୍ରାଣୀସମୁଦାୟର ଜୀବନଦାତା, ସେମାନଙ୍କର
ସ୍ବାମୀ ଏବଂ ଜଗତ୍-ସ୍ବରୂପ ଦେବାଧିଦେବ ହେ ପ୍ରଭୁ ! ଏବେ ଆପଣ ଏହାକୁ ଛାଡି ଦିଅନ୍ତୁ | ଆପଣ
ଏହାର ସର୍ବସ୍ବ ନେଇ ଯାଇଛନ୍ତି; ତେଣୁ ଇଏ ଏବେ
ଦଣ୍ଡର ପାତ୍ର ନୁହେଁ |
କୃତ୍ସ୍ନା ତେଽନେନ
ଦତ୍ତା ଭୂର୍ଲୋକାଃ କର୍ମାର୍ଜିତାଶ୍ଚ ଯେ ।
ନିବେଦିତଂ ଚ
ସର୍ୱସ୍ୱମାତ୍ମାବିକ୍ଲବୟା ଧିୟା ॥ ୨୨॥
ଇଏ ନିଜ ଅଧିକୃତ
ସମ୍ପୂର୍ଣ୍ଣ ପୃଥିବୀ, ନିଜ ପୁଣ୍ୟକର୍ମ ଦ୍ବାରା
ଉପାର୍ଜିତ ସ୍ବର୍ଗ ଆଦି ଲୋକ, ନିଜର ସର୍ବସ୍ବ
ତଥା ନିଜର ଆତ୍ମା ପର୍ଯ୍ୟନ୍ତ ଆପଣଙ୍କୁ ସମର୍ପିତ କରିଦେଇଛି ଏବଂ ଏହା କରୁଥିବା ସମୟରେ ମଧ୍ୟ
ଏହାର ବୁଦ୍ଧି ସ୍ଥିର ରହିଛି, ଇଏ ଧୈର୍ଯ୍ୟଚ୍ୟୁତ
ହୋଇନାହିଁ |
ଯତ୍ପାଦୟୋରଶଠଧୀଃ
ସଲିଲଂ ପ୍ରଦାୟ
ଦୂର୍ୱାଙ୍କୁରୈରପି
ବିଧାୟ ସତୀଂ ସପର୍ୟାମ୍ ।
ଅପ୍ୟୁତ୍ତମାଂ
ଗତିମସୌ ଭଜତେ ତ୍ରିଲୋକୀଂ
ଦାଶ୍ୱାନବିକ୍ଲବମନାଃ
କଥମାର୍ତିମୃଚ୍ଛେତ୍ ॥ ୨୩॥
ପ୍ରଭୁ ! ଯେଉଁ
ମନୁଷ୍ୟ କୃପଣତା ତ୍ୟାଗ କରି ଶୁଦ୍ଧ ହୃଦୟରେ ଆପଣଙ୍କ ଚରଣରେ ଜଳ ଅର୍ଘ୍ୟ ଦେଇଥାଏ ଏବଂ କେବଳ
ଦୁର୍ବାଦଳରେ ହିଁ ଆପଣଙ୍କର ନିଷ୍ଠାଯୁକ୍ତ ପୂଜା କରିଥାଏ, ତାକୁ ମଧ୍ୟ ଆପଣ
ଉତ୍ତମ ଗତି ପ୍ରଦାନ କରିଥାଆନ୍ତି | ସେପରି ସ୍ଥଳେ, ବଳି ତ ପ୍ରସନ୍ନ
ଚିତ୍ତରେ ଧୈର୍ଯ୍ୟ ଏବଂ ସ୍ଥିରତାପୂର୍ବକ ଆପଣଙ୍କୁ ତ୍ରିଲୋକୀ ଦାନ କରିଦେଇଛି | ତେଣୁ ସେ ଦୁଃଖର
ଭାଗୀଦାର କିପରି ହେବ ?
ଶ୍ରୀଭଗବାନୁବାଚ
ବ୍ରହ୍ମନ୍
ଯମନୁଗୃହ୍ଣାମି ତଦ୍ୱିଶୋ ବିଧୁନୋମ୍ୟହମ୍ ।
ଯନ୍ମଦଃ ପୁରୁଷଃ
ସ୍ତବ୍ଧୋ ଲୋକଂ ମାଂ ଚାବମନ୍ୟତେ ॥ ୨୪॥
ଶ୍ରୀଭଗବାନ କହିଲେ –
ବ୍ରହ୍ମାଜୀ ! ମୁଁ ଯାହା ପ୍ରତି କୃପା କରିଥାଏ, ତା’ଠାରୁ ମୁଁ ସବୁ ଧନ ଛଡାଇ ନିଏ | କାରଣ ମନୁଷ୍ୟ
ଯେତେବେଳେ ଧନର ମଦରେ ମତୁଆଲା ହୋଇଯାଏ, ସେତେବେଳେ ସେ ମୋର
ଏବଂ ଅନ୍ୟମାନଙ୍କର ତିରସ୍କାର କରିବାରେ ଲାଗେ |
ଯଦା
କଦାଚିଜ୍ଜୀବାତ୍ମା ସଂସରନ୍ ନିଜକର୍ମଭିଃ ।
ନାନାୟୋନିଷ୍ୱନୀଶୋଽୟଂ
ପୌରୁଷୀଂ ଗତିମାବ୍ରଜେତ୍ ॥ ୨୫॥
ଏହି ଜୀବ ନିଜ
କର୍ମବଶତଃ ବିବଶ ହୋଇ ନାନା ଯୋନିରେ ଲକ୍ଷ୍ୟହୀନ ଭାବରେ ଘୂରି ବୁଲୁଥାଏ, ଯେତେବେଳେ ମୋର ଅସୀମ କୃପାରୁ ସେ ମନୁଷ୍ୟ ଶରୀର
ପ୍ରାପ୍ତ କରେ |
ଜନ୍ମକର୍ମବୟୋରୂପବିଦ୍ୟୈଶ୍ୱର୍ୟଧନାଦିଭିଃ
।
ଯଦ୍ୟସ୍ୟ ନ
ଭବେତ୍ସ୍ତମ୍ଭସ୍ତତ୍ରାୟଂ ମଦନୁଗ୍ରହଃ ॥ ୨୬॥
ମନୁଷ୍ୟଯୋନିରେ
ଜନ୍ମ ଗ୍ରହଣ କରି ଯଦି ତା’ର କୁଳୀନତା, କର୍ମ, ଅବସ୍ଥା, ରୂପ, ବିଦ୍ୟା, ଐଶ୍ବର୍ଯ୍ୟ ଏବଂ ଧନ ଆଦିକୁ ନେଇ ଅହଂକାର ଜାତ ନ ହୁଏ, ତେବେ ଜାଣିବାକୁ ହେବ ଯେ ତାହା ମୋର ଅତିଶୟ କୃପା ଅଟେ
|
ମାନସ୍ତମ୍ଭନିମିତ୍ତାନାଂ
ଜନ୍ମାଦୀନାଂ ସମନ୍ତତଃ ।
ସର୍ୱଶ୍ରେୟଃପ୍ରତୀପାନାଂ
ହନ୍ତ ମୁହ୍ୟେନ୍ନ ମତ୍ପରଃ ॥ ୨୭॥
କୁଳୀନତା ଆଦି ବହୁତ
କାରଣ ରହିଛି, ଯାହା ଅଭିମାନ ଏବଂ ଜଡତା
ଆଦି ଉତ୍ପନ୍ନ କରାଇ ମନୁଷ୍ୟକୁ କଲ୍ୟାଣର ସମସ୍ତ ସାଧନରୁ ବଞ୍ଚିତ କରିଦିଏ | କିନ୍ତୁ ଯିଏ ମୋର
ଶରଣାଗତ ଅଟନ୍ତି, ସେମାନେ ଏହା ଦ୍ବାରା ମୋହିତ
ହୁଅନ୍ତି ନାହିଁ |
ଏଷ
ଦାନବଦୈତ୍ୟାନାମଗ୍ରଣୀଃ କୀର୍ତିବର୍ଧନଃ ।
ଅଜୈଷୀଦଜୟାଂ ମାୟାଂ
ସୀଦନ୍ନପି ନ ମୁହ୍ୟତି ॥ ୨୮॥
ଏହି ବଳି ଦାନବ ଓ
ଦୈତ୍ୟ ଉଭୟ ବଂଶରେ ଅଗ୍ରଗଣ୍ୟ ଏବଂ ଉଭୟର କୀର୍ତ୍ତି ବୃଦ୍ଧିକାରୀ ଅଟେ | ଯେଉଁ ମାୟାକୁ ଜିତିବା
ଅତ୍ୟନ୍ତ କଠିନ ଅଟେ, ଇଏ ସେହି ମାୟା ଉପରେ ବିଜୟ
ପ୍ରାପ୍ତ କରିନେଇଛି | ତୁମେ ଦେଖୁଥିବ, ଏତେ ଦୁଃଖ ଭୋଗ କରି ମଧ୍ୟ ଇଏ ମୋହିତ ହୋଇନାହିଁ |
କ୍ଷୀଣରିକ୍ଥଶ୍ଚ୍ୟୁତଃ
ସ୍ଥାନାତ୍କ୍ଷିପ୍ତୋ ବଦ୍ଧଶ୍ଚ ଶତ୍ରୁଭିଃ ।
ଜ୍ଞାତିଭିଶ୍ଚ
ପରିତ୍ୟକ୍ତୋ ଯାତନାମନୁୟାପିତଃ ॥ ୨୯॥
ଗୁରୁଣା ଭର୍ତ୍ସିତଃ
ଶପ୍ତୋ ଜହୌ ସତ୍ୟଂ ନ ସୁବ୍ରତଃ ।
ଛଲୈରୁକ୍ତୋ ମୟା
ଧର୍ମୋ ନାୟଂ ତ୍ୟଜତି ସତ୍ୟବାକ୍ ॥ ୩୦॥
ଏହାଠାରୁ ଧନ ଛଡାଇ
ନିଆଗଲା, ରାଜପଦରୁ ଏହାକୁ ବିଚ୍ୟୁତ କରି ଦିଆଗଲା, ନାନା ପ୍ରକାରରେ
ଆକ୍ଷେପ କରାଗଲା, ଶତ୍ରୁମାନେ ଏହାକୁ ବାନ୍ଧି
ଦେଲେ, ଭାଈ-ବନ୍ଧୁ ଏହାକୁ ଛାଡି ଚାଲିଗଲେ, ଏତେ ସବୁ ଯାତନା ଏହାକୁ ଭୋଗିବାକୁ ପଡିଲା – ଏପରିକି
ଏହାର ଗୁରୁ ମଧ୍ୟ ଏହାକୁ ଭର୍ତ୍ସନା କରି ଅଭିଶାପ ଦେବାରୁ କ୍ଷାନ୍ତ ହେଲେ ନାହିଁ | କିନ୍ତୁ ଏହି
ଦୃଢବ୍ରତୀ ନିଜ ପ୍ରତିଜ୍ଞାରେ ଅଟଳ ରହିଲା | ମୁଁ ଏହାକୁ ଛଳନାପୂର୍ଣ୍ଣ କଥା କହିଲି, ମନରେ କପଟ ରଖି ଏହାକୁ ଧର୍ମ ଉପଦେଶ ଦେଲି; ତଥାପି ଏହି ସତ୍ୟବ୍ରତୀ ନିଜ ଧର୍ମରେ ନିଷ୍ଠାବାନ୍
ରହିଲା |
ଏଷ ମେ ପ୍ରାପିତଃ
ସ୍ଥାନଂ ଦୁଷ୍ପ୍ରାପମମରୈରପି ।
ସାବର୍ଣେରନ୍ତରସ୍ୟାୟଂ
ଭବିତେନ୍ଦ୍ରୋ ମଦାଶ୍ରୟଃ ॥ ୩୧॥
ଅତଏବ ମୁଁ ଏହାକୁ
ସେହି ସ୍ଥାନ ଦେଉଛି, ଯାହା ବଡ-ବଡ ଦେବତାମାନଙ୍କୁ
ମଧ୍ୟ ଅତି କଷ୍ଟରେ ପ୍ରାପ୍ତ ହୋଇଥାଏ | ସାବର୍ଣ୍ଣି ମନ୍ବନ୍ତରରେ ଇଏ ମୋର ପରମ ଭକ୍ତ ଇନ୍ଦ୍ର
ହେବେ |
ତାବତ୍ସୁତଲମଧ୍ୟାସ୍ତାଂ
ବିଶ୍ୱକର୍ମବିନିର୍ମିତମ୍ ।
ଯନ୍ନାଧୟୋ
ବ୍ୟାଧୟଶ୍ଚ କ୍ଲମସ୍ତନ୍ଦ୍ରା ପରାଭବଃ ।
ନୋପସର୍ଗା ନିବସତାଂ
ସମ୍ଭବନ୍ତି ମମେକ୍ଷୟା ॥ ୩୨॥
ସେତେଦିନ ଯାଏଁ ଇଏ ବିଶ୍ବକର୍ମାଙ୍କ
ଦ୍ବାରା ନିର୍ମିତ ଭବନରେ ସୁତଳ ଲୋକରେ ରହିବେ | ସେଠାରେ ରହୁଥିବା ବ୍ୟକ୍ତି ମୋ କୃପାଦୃଷ୍ଟିର
ଅନୁଭବ କରନ୍ତି | ସେଥିପାଇଁ ସେମାନଙ୍କୁ ଶାରୀରିକ ଅଥବା ମାନସିକ ରୋଗ, କ୍ଲାନ୍ତି, ତନ୍ଦ୍ରା, ବାହ୍ୟ ଏବଂ ଅନ୍ତଃ ଶତ୍ରୁର ଭୟ କିମ୍ବା କୌଣସି
ପ୍ରକାର ବିଘ୍ନର ସମ୍ମୁଖୀନ ହେବାକୁ ପଦେନାହିଁ |
ଇନ୍ଦ୍ରସେନ ମହାରାଜ
ଯାହି ଭୋ ଭଦ୍ରମସ୍ତୁ ତେ ।
ସୁତଲଂ ସ୍ୱର୍ଗିଭିଃ
ପ୍ରାର୍ଥ୍ୟଂ ଜ୍ଞାତିଭିଃ ପରିବାରିତଃ ॥ ୩୩॥
(ବଳିଙ୍କୁ
ସମ୍ବୋଧିତ କରି ଭଗବାନ କହିଲେ) ମହାରାଜ ଇନ୍ଦ୍ରସେନ ! ତୁମର କଲ୍ୟାଣ ହେଉ | ଏବେ ତୁମେ ନିଜର
ଭାଈ-ବନ୍ଧୁଙ୍କୁ ସାଙ୍ଗରେ ନେଇ ସେହି ସୁତଳ ଲୋକକୁ ଯାଅ, ଯାହାର ଅଭିଳାଷ ଦେବତାମାନେ
ମଧ୍ୟ ରଖିଥାଆନ୍ତି |
ନ
ତ୍ୱାମଭିଭବିଷ୍ୟନ୍ତି ଲୋକେଶାଃ କିମୁତାପରେ ।
ତ୍ୱଚ୍ଛାସନାତିଗାନ୍
ଦୈତ୍ୟାଂଶ୍ଚକ୍ରଂ ମେ ସୂଦୟିଷ୍ୟତି ॥ ୩୪॥
ଅନ୍ୟମାନଙ୍କ କଥା କ’ଣ କହିବା, ବଡ-ବଡ ଲୋକପାଳ
ମଧ୍ୟ ଏବେ ତୁମକୁ ପରାଜିତ କରିପାରିବେ ନାହିଁ | ଯେଉଁ ଦୈତ୍ୟ ତୁମ ଆଜ୍ଞାର ଉଲ୍ଲଂଘନ କରିବେ, ମୋର ଚକ୍ର ତାଙ୍କୁ କାଟି ଖଣ୍ଡ-ଖଣ୍ଡ କରିଦେବ |
ରକ୍ଷିଷ୍ୟେ
ସର୍ୱତୋଽହଂ ତ୍ୱାଂ ସାନୁଗଂ ସପରିଚ୍ଛଦମ୍ ।
ସଦା ସନ୍ନିହିତଂ
ବୀର ତତ୍ର ମାଂ ଦ୍ରକ୍ଷ୍ୟତେ ଭବାନ୍ ॥ ୩୫॥
ମୁଁ ତୁମକୁ, ତୁମର ଅନୁଚରମାନଙ୍କୁ, ଏବଂ ତୁମର ଭୋଗସାମଗ୍ରୀକୁ
ମଧ୍ୟ ସବୁ ପ୍ରକାରର ବିଘ୍ନରୁ ରକ୍ଷା କରିବି | ବୀର ବଳି ! ତୁମେ ସଦା-ସର୍ବଦା ମୋତେ ନିଜ ପାଖରେ
ହିଁ ଦେଖିବାକୁ ପାଇବ |
ତତ୍ର
ଦାନବଦୈତ୍ୟାନାଂ ସଙ୍ଗାତ୍ତେ ଭାବ ଆସୁରଃ ।
ଦୃଷ୍ଟ୍ୱା
ମଦନୁଭାବଂ ବୈ ସଦ୍ୟଃ କୁଣ୍ଠୋ ବିନଙ୍କ୍ଷ୍ୟତି ॥ ୩୬॥
ଦାନବ ଏବଂ
ଦୈତ୍ୟମାନଙ୍କର ସଂସର୍ଗରେ ଯାହା କିଛି ଆସୁରୀଭାବ ତୁମଠାରେ ଥିବ, ତାହା ସବୁ ମୋ ପ୍ରଭାବରେ ଅତି ଶୀଘ୍ର ଅବଦମିତ ହୋଇ
ନଷ୍ଟ ହୋଇଯିବ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାମଷ୍ଟମସ୍କନ୍ଧେ
ବାମନପ୍ରାଦୁର୍ଭାବେ
ବଲିବାମନସମ୍ବାଦୋ ନାମ ଦ୍ୱାବିଂଶୋଽଧ୍ୟାୟଃ ॥ ୨୨॥

Comments
Post a Comment