ଶ୍ରୀମଦ୍ ଭାଗବତ ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଅଷ୍ଟମ ସ୍କନ୍ଧ ॥
ତ୍ରୟବିଂଶ ଅଧ୍ୟାୟ
ବଳି ବନ୍ଧନମୁକ୍ତ ହୋଇ ସୁତଳ ଲୋକକୁ ଗମନ କଲେ
ଶ୍ରୀଶୁକ ଉବାଚ
ଇତ୍ୟୁକ୍ତବନ୍ତଂ
ପୁରୁଷଂ ପୁରାତନଂ
ମହାନୁଭାବୋଽଖିଲସାଧୁସମ୍ମତଃ
।
ବଦ୍ଧାଞ୍ଜଲିର୍ବାଷ୍ପକଲାକୁଲେକ୍ଷଣୋ
ଭକ୍ତ୍ୟୁଦ୍ଗଲୋ
ଗଦ୍ଗଦୟା ଗିରାବ୍ରବୀତ୍ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ସନାତନ ପୁରୁଷ ଭଗବାନଙ୍କର ବଚନ ଶୁଣି ସାଧୁଜନଙ୍କର ଆଦରଣୀୟ ମହାନୁଭବ ଦୈତ୍ୟରାଜ
ବଳିଙ୍କର ନେତ୍ର ଅଶ୍ରୁପୂର୍ଣ୍ଣ ହୋଇଗଲା | ନିର୍ମଳ ପ୍ରେମର ଉଦ୍ରେକରେ ତାଙ୍କର ଗଳା ରୁଦ୍ଧ
ହୋଇଗଲା | ହାତ ଯୋଡି ଗଦଗଦ ବାଣୀରେ ସେ ଭଗବାନଙ୍କୁ କହିଲେ -
ବଲିରୁବାଚ
ଅହୋ ପ୍ରଣାମାୟ
କୃତଃ ସମୁଦ୍ୟମଃ
ପ୍ରପନ୍ନଭକ୍ତାର୍ଥବିଧୌ
ସମାହିତଃ ।
ଯଲ୍ଲୋକପାଲୈସ୍ତ୍ୱଦନୁଗ୍ରହୋଽମରୈ-
ରଲବ୍ଧପୂର୍ୱୋଽପସଦେଽସୁରେଽର୍ପିତଃ
॥ ୨॥
ବଳି କହିଲେ –
ପ୍ରଭୁ ! ମୁଁ ତ ଆପଣଙ୍କୁ ପୂରା-ପୂରା ପ୍ରଣାମ ମଧ୍ୟ କରିନାହିଁ; କେବଳ
ପ୍ରଣାମ କରିବାର ଚେଷ୍ଟାମାତ୍ର କରିଛି | ତାହାର ଫଳ ଭାବରେ ମୋତେ ଏହା ପ୍ରାପ୍ତ ହେଲା, ଯାହା ଆପଣଙ୍କ ଚରଣର ଶରଣାଗତ ଭକ୍ତମାନଙ୍କୁ ପ୍ରାପ୍ତ
ହୋଇଥାଏ | ଯେଉଁ କୃପା ଆପଣ ବଡ-ବଡ ଲୋକପାଳ ଏବଂ ଦେବତାମାନଙ୍କୁ ମଧ୍ୟ କରିନାହାଁନ୍ତି, ତାହା ଆଜି ମୋ ପରି ନୀଚ ଅସୁରକୁ ଅନାୟାସରେ ପ୍ରାପ୍ତ
ହୋଇଗଲା |
ଶ୍ରୀଶୁକ ଉବାଚ
ଇତ୍ୟୁକ୍ତ୍ୱା
ହରିମାନମ୍ୟ ବ୍ରହ୍ମାଣଂ ସଭବଂ ତତଃ ।
ବିବେଶ ସୁତଲଂ
ପ୍ରୀତୋ ବଲିର୍ମୁକ୍ତଃ ସହାସୁରୈଃ ॥ ୩॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଏତିକି କହିବା ପରେ ବଳି ବରୁଣ-ପାଶରୁ ମୁକ୍ତ ହୋଇଗଲେ | ତାପରେ ସେ
ଭଗବାନଙ୍କ ସହିତ ବ୍ରହ୍ମାଜୀ ଏବଂ ଭଗବାନ ଶଂକରଙ୍କୁ ପ୍ରଣାମ କଲେ ଏବଂ ପ୍ରସନ୍ନ ଚିତ୍ତରେ ଅସୁରମାନଙ୍କ
ସହିତ ସୁତଳ ଲୋକକୁ ଯାତ୍ରା କଲେ |
ଏବମିନ୍ଦ୍ରାୟ
ଭଗବାନ୍ ପ୍ରତ୍ୟାନୀୟ ତ୍ରିବିଷ୍ଟପମ୍ ।
ପୂରୟିତ୍ୱାଦିତେଃ
କାମମଶାସତ୍ସକଲଂ ଜଗତ୍ ॥ ୪॥
ଏହିପରି ଭାବରେ
ଭଗବାନ ବଳିଙ୍କଠାରୁ ସ୍ବର୍ଗଲୋକ ଛଡାଇ ନେଇ ଇନ୍ଦ୍ରଙ୍କୁ ଦେଲେ, ଅଦିତିଙ୍କର କାମନା ପୂର୍ଣ୍ଣ
କଲେ ଏବଂ ସ୍ବୟଂ ଉପେନ୍ଦ୍ର ଭାବରେ ସମ୍ପୂର୍ଣ୍ଣ ଜଗତର ଶାସନ କରିବାରେ ଲାଗିଲେ |
ଲବ୍ଧପ୍ରସାଦଂ
ନିର୍ମୁକ୍ତଂ ପୌତ୍ରଂ ବଂଶଧରଂ ବଲିମ୍ ।
ନିଶାମ୍ୟ
ଭକ୍ତିପ୍ରବଣଃ ପ୍ରହ୍ଲାଦ ଇଦମବ୍ରବୀତ୍ ॥ ୫॥
ନିଜର ପୌତ୍ର ଏବଂ
ବଂଶଧର ରାଜା ବଳି ବନ୍ଧନମୁକ୍ତ ହୋଇ ଭଗବାନଙ୍କ କୃପା-ପ୍ରସାଦରେ ଅନୁଗୃହୀତ ହୋଇଥିବା ଦେଖି, ପ୍ରହ୍ଲାଦଙ୍କ ହୃଦୟ ଭକ୍ତି-ଭାବରେ ଭରିଗଲା | ସେ
ଭଗବାନଙ୍କର ଏପରି ସ୍ତୁତି କରିବାରେ ଲାଗିଲେ -
ପ୍ରହ୍ଲାଦ ଉବାଚ
ନେମଂ ବିରିଞ୍ଚୋ
ଲଭତେ ପ୍ରସାଦଂ
ନ ଶ୍ରୀର୍ନ ଶର୍ୱଃ
କିମୁତାପରେ ତେ ।
ଯନ୍ନୋଽସୁରାଣାମସି
ଦୁର୍ଗପାଲୋ
ବିଶ୍ୱାଭିବନ୍ଦ୍ୟୈରଭିବନ୍ଦିତାଙ୍ଘ୍ରିଃ
॥ ୬॥
ପ୍ରହ୍ଲାଦ କହିଲେ –
ପ୍ରଭୁ ! ଅନ୍ୟମାନଙ୍କ କଥା କ’ଣ କହିବା, ଏହି କୃପାପ୍ରସାଦ ତ କେବେ ବ୍ରହ୍ମାଜୀ, ଲକ୍ଷ୍ମୀଦେବୀ ଏବଂ ଶଂକର ଭଗବାନଙ୍କୁ ମଧ୍ୟ ପ୍ରାପ୍ତ
ହୋଇନାହିଁ | ହାୟ ! ବିଶ୍ବବନ୍ଦ୍ୟ ବ୍ରହ୍ମା ଆଦି ଯାହାର ଚରଣ ବନ୍ଦନା କରିନ୍ତି, ସେ ଆଜି ଆମ୍ଭମାନଙ୍କ ପରି ଅସୁରମାନଙ୍କର ଦୁର୍ଗରକ୍ଷକ
ଚୌକିଦାର ସାଜିଛନ୍ତି !
ଯତ୍ପାଦପଦ୍ମମକରନ୍ଦନିଷେବଣେନ
ବ୍ରହ୍ମାଦୟଃ
ଶରଣଦାଶ୍ନୁବତେ ବିଭୂତୀଃ ।
କସ୍ମାଦ୍ୱୟଂ
କୁସୃତୟଃ ଖଲୟୋନୟସ୍ତେ
ଦାକ୍ଷିଣ୍ୟଦୃଷ୍ଟିପଦବୀଂ
ଭବତଃ ପ୍ରଣୀତାଃ ॥ ୭॥
ଶରଣାଗତବତ୍ସକ
ପ୍ରଭୁ ! ବ୍ରହ୍ମାଦି ଲୋକପାଳ ସଦା ଆପଣଙ୍କ ଚରଣକମଳର ମକରନ୍ଦ-ରସ ପାନ କରୁଥିବା କାରଣରୁ
ସୃଷ୍ଟିରଚନା ଶକ୍ତି ଆଦି ଅନେକ ବିଭୂତି ପ୍ରାପ୍ତ କରିଥାଆନ୍ତି | ଆମ୍ଭେମାନେ ତ ଜନ୍ମଜାତ ଖଳ
ଏବଂ କୁମାର୍ଗଗାମୀ ଅଟୁ, ଆମ୍ଭମାନଙ୍କ ଉପରେ ଆପଣଙ୍କର
ଏପରି ଅନୁଗ୍ରହପୂର୍ଣ୍ଣ ଦୃଷ୍ଟି କିପରି ପଡିଲା ଯେ ଆପଣ ଆମର ଦ୍ବାରପାଳ ହିଁ ହୋଇଗଲେ |
ଚିତ୍ରଂ
ତବେହିତମହୋଽମିତୟୋଗମାୟା-
ଲୀଲାବିସୃଷ୍ଟଭୁବନସ୍ୟ
ବିଶାରଦସ୍ୟ ।
ସର୍ୱାତ୍ମନଃ
ସମଦୃଶୋଽବିଷମଃ ସ୍ୱଭାବୋ
ଭକ୍ତପ୍ରିୟୋ ଯଦସି
କଲ୍ପତରୁସ୍ୱଭାବଃ ॥ ୮॥
ଆପଣ ନିଜ ଯୋଗମାୟା
ବଳରେ ଖେଳରେ-ଖେଳରେ ଏହି ତ୍ରିଭୁବନ ରଚନା କରିଦେଲେ | ଆପଣ ସର୍ବଜ୍ଞ, ସର୍ବାତ୍ମା ଏବଂ ସମଦର୍ଶୀ ଅଟନ୍ତି | ତଥାପି ଆପଣଙ୍କର
ଲୀଳା ଅତ୍ୟନ୍ତ ବିଲକ୍ଷଣ ମନେ ହୋଇଥାଏ | ଆପଣଙ୍କର ସ୍ବଭାବ କଳ୍ପବୃକ୍ଷ ସଦୃଶ ଅଟେ, କାରଣ ନିଜ ଭକ୍ତମାନଙ୍କୁ ଆପଣ ବହୁତ ପ୍ରେମ କରନ୍ତି |
ସେଥିପାଇଁ ବେଳେ ବେଳେ ଆପଣଙ୍କଠାରେ ଉପାସକମାନଙ୍କ ପ୍ରତି ପକ୍ଷପାତ ଏବଂ ବିମୁଖଜନଙ୍କ ପ୍ରତି
ନିର୍ଦୟତା ଦେଖିବାକୁ ମିଳିଥାଏ |
ଶ୍ରୀଭଗବାନୁବାଚ
ବତ୍ସ ପ୍ରହ୍ଲାଦ
ଭଦ୍ରଂ ତେ ପ୍ରୟାହି ସୁତଲାଲୟମ୍ ।
ମୋଦମାନଃ
ସ୍ୱପୌତ୍ରେଣ ଜ୍ଞାତୀନାଂ ସୁଖମାବହ ॥ ୯॥
ଶ୍ରୀଭଗବାନ କହିଲେ –
ପୁତ୍ର ପ୍ରହ୍ଲାଦ ! ତୁମର କଲ୍ୟାଣ ହେଉ | ଏବେ ତୁମେ ମଧ୍ୟ ସୁତଳ ଲୋକକୁ ଯାଅ | ସେଠାରେ
ଆନନ୍ଦପୂର୍ବକ ନିଜ ପୌତ୍ର ବଳିଙ୍କ ପାଖରେ ରହି ନିଜ ଜାତିବନ୍ଧୁଙ୍କୁ ସୁଖୀ କର |
ନିତ୍ୟଂ ଦ୍ରଷ୍ଟାସି
ମାଂ ତତ୍ର ଗଦାପାଣିମବସ୍ଥିତମ୍ ।
ମଦ୍ଦର୍ଶନମହାହ୍ଲାଦଧ୍ୱସ୍ତକର୍ମନିବନ୍ଧନଃ
॥ ୧୦॥
ସେଠାରେ ନିତ୍ୟ
ତୁମେ ମୋତେ ହାତରେ ଗଦା ଧରି ଠିଆ ହୋଇଥିବା ଅବସ୍ଥାରେ ଦେଖିବାକୁ ପାଇବ | ମୋ ଦର୍ଶନର
ପରମାନନ୍ଦରେ ମଗ୍ନ ରହିବା କାରଣରୁ ତୁମର ସମସ୍ତ କର୍ମବନ୍ଧନ ନଷ୍ଟ ହୋଇଯିବ |
ଶ୍ରୀଶୁକ ଉବାଚ
ଆଜ୍ଞାଂ ଭଗବତୋ
ରାଜନ୍ ପ୍ରହ୍ଲାଦୋ ବଲିନା ସହ ।
ବାଢମିତ୍ୟମଲପ୍ରଜ୍ଞୋ
ମୂର୍ଧ୍ନ୍ୟାଧାୟ କୃତାଞ୍ଜଲିଃ ॥ ୧୧॥
ପରିକ୍ରମ୍ୟାଦିପୁରୁଷଂ
ସର୍ୱାସୁରଚମୂପତିଃ ।
ପ୍ରଣତସ୍ତଦନୁଜ୍ଞାତଃ
ପ୍ରବିବେଶ ମହାବିଲମ୍ ॥ ୧୨॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ସମସ୍ତ ଦୈତ୍ୟସେନାଙ୍କର ସ୍ବାମୀ ବିଶୁଦ୍ଧବୁଦ୍ଧି ପ୍ରହ୍ଲାଦ ‘ଯେପରି
ଆଜ୍ଞା’ କହି, ହାତ ଯୋଡି, ଭଗବାନଙ୍କର
ଆଦେଶକୁ ମସ୍ତକରେ ଧାରଣ କଲେ | ତାପରେ ବଳିଙ୍କ ସହିତ ସେ ଆଦିପୁରୁଷ ଭଗବାନଙ୍କର ପରିକ୍ରମା କଲେ, ତାଙ୍କୁ ପ୍ରଣାମ କଲେ ଏବଂ ତାଙ୍କଠାରୁ ଅନୁମତି ନେଇ
ସୁତଳ ଲୋକକୁ ଯାତ୍ରା କଲେ |
ଅଥାହୋଶନସଂ ରାଜନ୍
ହରିର୍ନାରାୟଣୋଽନ୍ତିକେ ।
ଆସୀନମୃତ୍ୱିଜାଂ
ମଧ୍ୟେ ସଦସି ବ୍ରହ୍ମବାଦିନାମ୍ ॥ ୧୩॥
ପରୀକ୍ଷିତ ! ସେହି
ସମୟରେ ଭଗବାନ ଶ୍ରୀହରି ବ୍ରହ୍ମବାଦୀ ଋତ୍ବିଜମାନଙ୍କ ସଭାରେ ନିଜ ପାଖରେ ହିଁ ବସିଥିବା
ଶୁକ୍ରାଚାର୍ଯ୍ୟଙ୍କୁ କହିଲେ -
ବ୍ରହ୍ମନ୍ ସନ୍ତନୁ
ଶିଷ୍ୟସ୍ୟ କର୍ମଚ୍ଛିଦ୍ରଂ ବିତନ୍ୱତଃ ।
ଯତ୍ତତ୍କର୍ମସୁ
ବୈଷମ୍ୟଂ ବ୍ରହ୍ମଦୃଷ୍ଟଂ ସମଂ ଭବେତ୍ ॥ ୧୪॥
‘ବ୍ରହ୍ମନ୍ !
ଆପଣଙ୍କର ଶିଷ୍ୟ ଯଜ୍ଞ କରୁଥିଲା | ସେଥିରେ ଯାହା ତ୍ରୁଟି ରହିଗଲା, ଆପଣ ତାହାର ସମାଧାନ କରିଦିଅନ୍ତୁ | କାରଣ କର୍ମର
ଅନୁଷ୍ଠାନରେ ଯଦି କିଛି ଭୁଲ୍-ଭଟକା ରହିଯାଏ, ତେବେ
ବ୍ରାହ୍ମଣମାନଙ୍କର କୃପାଦୃଷ୍ଟିରେ ତାହାର ନିରାକରଣ ହୋଇଯାଏ |
ଶୁକ୍ର ଉବାଚ
କୁତସ୍ତତ୍କର୍ମବୈଷମ୍ୟଂ
ଯସ୍ୟ କର୍ମେଶ୍ୱରୋ ଭବାନ୍ ।
ଯଜ୍ଞେଶୋ
ଯଜ୍ଞପୁରୁଷଃ ସର୍ୱଭାବେନ ପୂଜିତଃ ॥ ୧୫॥
ଶୁକ୍ରାଚାର୍ଯ୍ୟ
କହିଲେ – ଭଗବନ୍ ! ଯିଏ ନିଜର ସମସ୍ତ କର୍ମ ସମର୍ପିତ କରି ସବୁ ପ୍ରକାରରେ ଯଜ୍ଞେଶ୍ବର
ଯଜ୍ଞପୁରୁଷ ଆପଣଙ୍କର ପୂଜା କଲା – ତାହାର କର୍ମରେ କୌଣସି ତ୍ରୁଟି, କୌଣସି ବିଷମତା କିପରି ରହିବ ?
ମନ୍ତ୍ରତସ୍ତନ୍ତ୍ରତଶ୍ଛିଦ୍ରଂ
ଦେଶକାଲାର୍ହବସ୍ତୁତଃ ।
ସର୍ୱଂ କରୋତି
ନିଶ୍ଛିଦ୍ରଂ ନାମସଙ୍କୀର୍ତନଂ ତବ ॥ ୧୬॥
କାରଣ ମନ୍ତ୍ରର, ଅନୁଷ୍ଠାନ-ପଦ୍ଧତିର, ଦେଶ, କାଳ, ପାତ୍ର ଏବଂ
ବସ୍ତୁର ସମସ୍ତ ତ୍ରୁଟିର ନିରାକରଣ ତ ଆପଣଙ୍କ ନାମସଂକୀର୍ତ୍ତନମାତ୍ରରେ ହୋଇଯାଏ; ଆପଣଙ୍କର ନାମ
ସବୁ ବିଷମତାକୁ ପୂର୍ଣ୍ଣ କରି ଦେଇଥାଏ |
ତଥାପି ବଦତୋ ଭୂମନ୍
କରିଷ୍ୟାମ୍ୟନୁଶାସନମ୍ ।
ଏତଚ୍ଛ୍ରେୟଃ ପରଂ
ପୁଂସାଂ ଯତ୍ତବାଜ୍ଞାନୁପାଲନମ୍ ॥ ୧୭॥
ଶ୍ରୀଶୁକ ଉବାଚ
ଅଭିନନ୍ଦ୍ୟ
ହରେରାଜ୍ଞାମୁଶନା ଭଗବାନିତି ।
ଯଜ୍ଞଚ୍ଛିଦ୍ରଂ
ସମାଧତ୍ତ ବଲେର୍ୱିପ୍ରର୍ଷିଭିଃ ସହ ॥ ୧୮॥
ଶ୍ରୀଶୁକଦେବ
କହୁଛନ୍ତି – ଭଗବାନ ଶ୍ରୀହରିଙ୍କର ଆଜ୍ଞା ପାଳନ କରିବାକୁ ଯାଇ, ବଳିଙ୍କ ଯଜ୍ଞରେ ଯାହା-ଯାହା
ବିଷମତା ରହି ଯାଇଥିଲା, ଶୁକ୍ରାଚାର୍ଯ୍ୟ ଅନ୍ୟ
ବ୍ରାହ୍ମଣମାନଙ୍କ ସହିତ ମିଶି ତାହା ପୂର୍ଣ୍ଣ କଲେ |
ଏବଂ ବଲେର୍ମହୀଂ
ରାଜନ୍ ଭିକ୍ଷିତ୍ୱା ବାମନୋ ହରିଃ ।
ଦଦୌ ଭ୍ରାତ୍ରେ
ମହେନ୍ଦ୍ରାୟ ତ୍ରିଦିବଂ ଯତ୍ପରୈର୍ହୃତମ୍ ॥ ୧୯॥
ପରୀକ୍ଷିତ !
ଏହିପରି ଭାବରେ ବାମନଭଗବାନ ଭିକ୍ଷାରେ ବଳିଙ୍କଠାରୁ ପୃଥିବୀ ଗ୍ରହଣ କରି ନିଜ ଜ୍ୟେଷ୍ଠ ଭ୍ରାତ
ଇନ୍ଦ୍ରଙ୍କୁ ସ୍ବର୍ଗରାଜ୍ୟ ପ୍ରଦାନ କଲେ, ଯାହା ତାଙ୍କର
ଶତ୍ରୁମାନେ ତାଙ୍କଠାରୁ ଛଡାଇ ନେଇଥିଲେ |
ପ୍ରଜାପତିପତିର୍ବ୍ରହ୍ମା
ଦେବର୍ଷିପିତୃଭୂମିପୈଃ ।
ଦକ୍ଷଭୃଗ୍ୱଙ୍ଗିରୋମୁଖ୍ୟୈଃ
କୁମାରେଣ ଭବେନ ଚ ॥ ୨୦॥
କଶ୍ୟପସ୍ୟାଦିତେଃ
ପ୍ରୀତ୍ୟୈ ସର୍ୱଭୂତଭବାୟ ଚ ।
ଲୋକାନାଂ
ଲୋକପାଲାନାମକରୋଦ୍ୱାମନଂ ପତିମ୍ ॥ ୨୧॥
ଏହାପରେ
ପ୍ରଜାପତିମାନଙ୍କର ସ୍ବାମୀ ବ୍ରହ୍ମାଜୀ ନିଜ ସହିତ ଦେବର୍ଷି, ପିତୃଗଣ, ମନୁ, ଦକ୍ଷ, ଭୃଗୁ, ଅଙ୍ଗିରା, ସନତ୍-କୁମାର ଏବଂ ଭଗବାନ ଶଂକରଙ୍କୁ ନେଇ କଶ୍ୟପ ଏବଂ
ଅଦିତିଙ୍କର ପ୍ରସନ୍ନତା ତଥା ସମ୍ପୂର୍ଣ୍ଣ ପ୍ରାଣୀଜଗତର ଅଭ୍ୟୁତ୍ଥାନ ନିମନ୍ତେ ସମସ୍ତ ଲୋକ ଏବଂ
ଲୋକପାଳଙ୍କର ସ୍ବାମୀ ପଦରେ ବାମନଭଗବାନଙ୍କୁ ଅଭିଷିକ୍ତ କଲେ |
ବେଦାନାଂ
ସର୍ୱଦେବାନାଂ ଧର୍ମସ୍ୟ ଯଶସଃ ଶ୍ରିୟଃ ।
ମଙ୍ଗଲାନାଂ
ବ୍ରତାନାଂ ଚ କଲ୍ପଂ ସ୍ୱର୍ଗାପବର୍ଗୟୋଃ ॥ ୨୨॥
ଉପେନ୍ଦ୍ରଂ
କଲ୍ପୟାଞ୍ଚକ୍ରେ ପତିଂ ସର୍ୱବିଭୂତୟେ ।
ତଦା ସର୍ୱାଣି
ଭୂତାନି ଭୃଶଂ ମୁମୁଦିରେ ନୃପ ॥ ୨୩॥
ପରୀକ୍ଷିତ ! ବେଦ, ସମସ୍ତ ଦେବତା, ଧର୍ମ, ଯଶ, ଲକ୍ଷ୍ମୀ, ମଙ୍ଗଳ, ବ୍ରତ, ସ୍ବର୍ଗ ଏବଂ
ଅପବର୍ଗ – ସମସ୍ତଙ୍କ ରକ୍ଷକ ରୂପେ ସମସ୍ତଙ୍କର କଲ୍ୟାଣ ନିମନ୍ତେ ସର୍ବଶକ୍ତିମାନ
ବାମନଭଗବାନଙ୍କୁ ଉପେନ୍ଦ୍ର ପଦ ପ୍ରଦାନ କଲେ | ସବୁ ପ୍ରାଣୀ ସେଥିରେ ଅତ୍ୟନ୍ତ ଆନନ୍ଦିତ ହେଲେ |
ତତସ୍ତ୍ୱିନ୍ଦ୍ରଃ
ପୁରସ୍କୃତ୍ୟ ଦେବୟାନେନ ବାମନମ୍ ।
ଲୋକପାଲୈର୍ଦିବଂ
ନିନ୍ୟେ ବ୍ରହ୍ମଣା ଚାନୁମୋଦିତଃ ॥ ୨୪॥
ଏହାପରେ
ବ୍ରହ୍ମାଙ୍କଠାରୁ ଅନୁମତି ନେଇ ଲୋକପାଳମାନଙ୍କ ସହିତ ଦେବରାଜ ଇନ୍ଦ୍ର ସର୍ବାଗ୍ରେ
ବାମନଭଗବାନଙ୍କୁ ବିମାନରେ ବସାଇଲେ ଏବଂ ନିଜ ସହିତ ତାଙ୍କୁ ସ୍ବର୍ଗଲୋକକୁ ନେଇଗଲେ |
ପ୍ରାପ୍ୟ
ତ୍ରିଭୁବନଂ ଚେନ୍ଦ୍ର ଉପେନ୍ଦ୍ରଭୁଜପାଲିତଃ ।
ଶ୍ରିୟା ପରମୟା
ଜୁଷ୍ଟୋ ମୁମୁଦେ ଗତସାଧ୍ୱସଃ ॥ ୨୫॥
ଇନ୍ଦ୍ରଙ୍କୁ ଏକରେ
ତ ତ୍ରିଭୁବନର ରାଜ୍ୟ ମିଳିଗଲା, ଦ୍ବିତୀୟରେ
ବାମନଭଗବାନଙ୍କର କରକମଳର ଛତ୍ରଛାୟା ମଧ୍ୟ ମିଳିଗଲା | ସର୍ବଶ୍ରେଷ୍ଠ ଐଶ୍ବର୍ଯ୍ୟଲକ୍ଷ୍ମୀ
ତାଙ୍କର ସେବା କରିବାରେ ଲାଗିଲା ଏବଂ ସେ ନିର୍ଭୟ ହୋଇ ଆନନ୍ଦ-ଉତ୍ସବ ପାଳନ କରିବାରେ ଲାଗିଲେ |
ବ୍ରହ୍ମା ଶର୍ୱଃ
କୁମାରଶ୍ଚ ଭୃଗ୍ୱାଦ୍ୟା ମୁନୟୋ ନୃପ ।
ପିତରଃ ସର୍ୱଭୂତାନି
ସିଦ୍ଧା ବୈମାନିକାଶ୍ଚ ଯେ ॥ ୨୬॥
ସୁମହତ୍କର୍ମ
ତଦ୍ୱିଷ୍ଣୋର୍ଗାୟନ୍ତଃ ପରମାଦ୍ଭୁତମ୍ ।
ଧିଷ୍ଣ୍ୟାନି
ସ୍ୱାନି ତେ ଜଗ୍ମୁରଦିତିଂ ଚ ଶଶଂସିରେ ॥ ୨୭॥
ବ୍ରହ୍ମା, ଶଂକର, ସନତ୍-କୁମାର, ଭୃଗୁ ଆଦି ମୁନି, ପିତୃଗଣ, ସମସ୍ତ ଭୂତ, ସିଦ୍ଧ ଏବଂ
ବିମାନାରୋହୀ ଦେବଗଣ ଭଗବାନଙ୍କର ଏହି ପରମ ଅଦ୍ଭୁତ ଏବଂ ମହାନ୍ କର୍ମର ଗାନ କରି କରି ନିଜ-ନିଜର
ଲୋକକୁ ପ୍ରସ୍ଥାନ କଲେ ଏବଂ ସମସ୍ତେ ଅଦିତିଙ୍କର ମଧ୍ୟ ଉଚ୍ଚ ପ୍ରଶଂସା କଲେ |
ସର୍ୱମେତନ୍ମୟାଽଽଖ୍ୟାତଂ
ଭବତଃ କୁଲନନ୍ଦନ ।
ଉରୁକ୍ରମସ୍ୟ ଚରିତଂ
ଶ୍ରୋତୄଣାମଘମୋଚନମ୍ ॥ ୨୮॥
ପରୀକ୍ଷିତ ! ତୁମକୁ
ମୁଁ ଭଗବାନଙ୍କର ଏହି ସବୁ ଲୀଳା-କଥା ଶୁଣାଇଲି | ଏହା ଦ୍ବାରା ଶୁଣିବା ଲୋକର ସମସ୍ତ ପାପ ନଷ୍ଟ
ହୋଇଯାଏ |
ପାରଂ ମହିମ୍ନ
ଉରୁବିକ୍ରମତୋ ଗୃଣାନୋ
ଯଃ ପାର୍ଥିବାନି
ବିମମେ ସ ରଜାଂସି ମର୍ତ୍ୟଃ ।
କିଂ ଜାୟମାନ ଉତ
ଜାତ ଉପୈତି ମର୍ତ୍ୟ
ଇତ୍ୟାହ
ମନ୍ତ୍ରଦୃଗୃଷିଃ ପୁରୁଷସ୍ୟ ଯସ୍ୟ ॥ ୨୯॥
ଭଗବାନଙ୍କର ଲୀଳା
ଅନନ୍ତ, ତାଙ୍କର ମହିମା ଅପାର ଅଟେ | ଯେଉଁ ମନୁଷ୍ୟ ଏହାର
ସୀମା ଜାଣିବାକୁ ଇଚ୍ଛା କରେ, ସେ ସତେ ଯେପରି
ପୃଥିବୀର ପରମାଣୁକୁ ଗଣିବାକୁ ଇଚ୍ଛା କରିଥାଏ | ଭଗବାନଙ୍କ ସମ୍ବନ୍ଧରେ ମନ୍ତ୍ରଦ୍ରଷ୍ଟା ମହର୍ଷି
ବସିଷ୍ଠ ବେଦରେ କହନ୍ତି, ‘ଏପରି ପୁରୁଷ କେବେ ନ ଥିଲେ, ନାହାଁନ୍ତି କି ହେବେ ନାହିଁ, ଯିଏ ଭଗବାନଙ୍କ ମହିମାର ଧାରଣା କରିପାରିବେ |
ଯ ଇଦଂ ଦେବଦେବସ୍ୟ
ହରେରଦ୍ଭୁତକର୍ମଣଃ ।
ଅବତାରାନୁଚରିତଂ
ଶୃଣ୍ୱନ୍ ଯାତି ପରାଂ ଗତିମ୍ ॥ ୩୦॥
ଦେବତାମାନଙ୍କର
ଆରାଧ୍ୟଦେବ ଅଦ୍ଭୁତଲୀଳାଧାରୀ ବାମନଭଗବାନଙ୍କର ଅବତାର-ଚରିତ ଯିଏ ଶ୍ରବଣ କରନ୍ତି, ତାଙ୍କୁ ପରମ ଗତି ପ୍ରାପ୍ତ ହୋଇଥାଏ |
କ୍ରିୟମାଣେ
କର୍ମଣୀଦଂ ଦୈବେ ପିତ୍ର୍ୟେଽଥ ମାନୁଷେ ।
ଯତ୍ର
ଯତ୍ରାନୁକୀର୍ତ୍ୟେତ ତତ୍ତେଷାଂ ସୁକୃତଂ ବିଦୁଃ ॥ ୩୧॥
ଦେବଯଜ୍ଞ, ପିତୃଯଜ୍ଞ ଏବଂ ମନୁଷ୍ୟଯଜ୍ଞ – ଯେ କୌଣସି କର୍ମର
ଅନୁଷ୍ଠାନ ସମୟରେ ଯଦି ସେଠାରେ ଭଗବାନଙ୍କର ଏହି ଲୀଳାର କୀର୍ତ୍ତନ କରାଯାଏ, ତେବେ ସବୁ କର୍ମ ସଫଳତାର ସହିତ ସମ୍ପନ୍ନ ହୋଇଯାଏ |
ଏହା ବଡ-ବଡ ମହାତ୍ମାମାନଙ୍କର ଅନୁଭବ ଅଟେ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟା-

Comments
Post a Comment