ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ନବମ ସ୍କନ୍ଧ ॥
ସପ୍ତମ ଅଧ୍ୟାୟ
ରାଜା ତ୍ରିଶଙ୍କୁ ଏବଂ ହରିଶ୍ଚନ୍ଦ୍ରଙ୍କ କଥା
ଶ୍ରୀଶୁକ ଉବାଚ
ମାନ୍ଧାତୁଃ
ପୁତ୍ରପ୍ରବରୋ ଯୋଽମ୍ବରୀଷଃ ପ୍ରକୀର୍ତିତଃ ।
ପିତାମହେନ ପ୍ରବୃତୋ
ଯୌବନାଶ୍ୱଶ୍ଚ ତତ୍ସୁତଃ ।
ହାରୀତସ୍ତସ୍ୟ
ପୁତ୍ରୋଽଭୂନ୍ମାନ୍ଧାତୃପ୍ରବରା ଇମେ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ମୁଁ ପୂର୍ବରୁ ଏହା ବର୍ଣ୍ଣନା କରିଛି ଯେ ମାନ୍ଧାତାଙ୍କର
ପୁତ୍ରମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଥିଲେ ଅମ୍ବରୀଷ | ତାଙ୍କର ପିତାମହ ଯୁବନାଶ୍ବ ତାଙ୍କୁ
ପୁତ୍ର ରୂପରେ ସ୍ବୀକାର କରି ନେଇଥିଲେ | ତାଙ୍କର ପୁତ୍ର ହେଲେ ଯୌବନାଶ୍ବ ଏବଂ ଯୌବନାଶ୍ବଙ୍କର
ପୁତ୍ର ଥିଲେ ହାରୀତ | ମାନ୍ଧାତା ବଂଶରେ ଏମାନେ ତିନୋଟି ଅବାନ୍ତର ଗୋତ୍ରର ପ୍ରବର୍ତ୍ତକ ଥିଲେ |
ନର୍ମଦା
ଭ୍ରାତୃଭିର୍ଦତ୍ତା ପୁରୁକୁତ୍ସାୟ ଯୋରଗୈଃ ।
ତୟା ରସାତଲଂ ନୀତୋ
ଭୁଜଗେନ୍ଦ୍ରପ୍ରୟୁକ୍ତୟା ॥ ୨॥
ନାଗମାନେ ନିଜ
ଭଗିନୀ ନର୍ମଦାଙ୍କର ବିବାହ ପୁରୁକୁତ୍ସଙ୍କ ସହ କରିଦେଲେ | ନାଗରାଜ ବାସୁକିଙ୍କ ଆଜ୍ଞାରେ
ନର୍ମଦା ନିଜ ପତିଙ୍କୁ ରସାତଳକୁ ଘେନିଗଲେ |
ଗନ୍ଧର୍ୱାନବଧୀତ୍ତତ୍ର
ବଧ୍ୟାନ୍ ବୈ ବିଷ୍ଣୁଶକ୍ତିଧୃକ୍ ।
ନାଗାଲ୍ଲବ୍ଧବରଃ
ସର୍ପାଦଭୟଂ ସ୍ମରତାମିଦମ୍ ॥ ୩॥
ଭଗବାନଙ୍କ ଶକ୍ତିରେ
ସମ୍ପନ୍ନ ହୋଇ ପୁରୁକୁତ୍ସ ସେଠାରେ ବଧଯୋଗ୍ୟ ଗନ୍ଧର୍ବମାନଙ୍କୁ ମାରିଦେଲେ | ଏଥିରେ ପ୍ରସନ୍ନ
ହୋଇ ନାଗରାଜ ତାଙ୍କୁ ଏହି ବର ପ୍ରଦାନ କରିଥିଲେ ଯେ ଯିଏ ଏହି ପ୍ରସଙ୍ଗର ସ୍ମରଣ କରିବ, ସେ ସର୍ପମାନଙ୍କ ଭୟରୁ ମୁକ୍ତ ହୋଇଯିବ |
ତ୍ରସଦ୍ଦସ୍ୟୁଃ
ପୌରୁକୁତ୍ସୋ ଯୋଽନରଣ୍ୟସ୍ୟ ଦେହକୃତ୍ ।
ହର୍ୟଶ୍ୱସ୍ତତ୍ସୁତସ୍ତସ୍ମାଦରୁଣୋଽଥ
ତ୍ରିବନ୍ଧନଃ ॥ ୪॥
ରାଜା
ପୁରୁକୁତ୍ସଙ୍କର ପୁତ୍ର ତ୍ରସଦ୍ୟସ୍ୟୁ ଥିଲେ | ତାଙ୍କର ପୁତ୍ର ଅନରଣ୍ୟ, ଅନରଣ୍ୟଙ୍କର ପୁତ୍ର
ହର୍ୟଶ୍ବ, ତାଙ୍କର ପୁତ୍ର ଅରୁଣ ଏବଂ ଅରୁଣଙ୍କର ପୁତ୍ର ତ୍ରିବନ୍ଧନ ଥିଲେ |
ତସ୍ୟ ସତ୍ୟବ୍ରତଃ
ପୁତ୍ରସ୍ତ୍ରିଶଙ୍କୁରିତି ବିଶ୍ରୁତଃ ।
ପ୍ରାପ୍ତଶ୍ଚାଣ୍ଡାଲତାଂ
ଶାପାଦ୍ଗୁରୋଃ କୌଶିକତେଜସା ॥ ୫॥
ସଶରୀରୋ ଗତଃ
ସ୍ୱର୍ଗମଦ୍ୟାପି ଦିବି ଦୃଶ୍ୟତେ ।
ପାତିତୋଽବାକ୍ଶିରା
ଦେବୈସ୍ତେନୈବ ସ୍ତମ୍ଭିତୋ ବଲାତ୍ ॥ ୬॥
ତ୍ରିବନ୍ଧନଙ୍କର
ପୁତ୍ର ଥିଲେ ସତ୍ୟବ୍ରତ, ଯିଏ ପରେ ତ୍ରିଶଙ୍କୁ ନାମରେ
ବିଖ୍ୟାତ ହେଲେ | ତ୍ରିଶଙ୍କୁ ଯଦିଓ ନିଜ ପିତା ଏବଂ ଗୁରୁଙ୍କ ଅଭିଶାପରୁ ଚଣ୍ଡାଳ ହୋଇ ଯାଇଥିଲେ, ତଥାପି ବିଶ୍ବାମିତ୍ର ମୁନିଙ୍କ ପ୍ରଭାବରେ ସେ ସଶରୀରେ
ସ୍ବର୍ଗକୁ ଯାଇଥିଲେ | ଦେବତାମାନେ ତାଙ୍କୁ ସେଠାରୁ ଠେଲି ଦେବାରୁ ସେ ନିମ୍ନମୁଖ ହୋଇ ତଳକୁ
ଖସିବାରେ ଲାଗିଲେ, କିନ୍ତୁ ବିଶ୍ବାମିତ୍ର
ତାଙ୍କୁ ନିଜ ତପୋବଳ ପ୍ରଭାବରେ ଆକାଶରେ ସ୍ଥିର କରିଦେଲେ | ଏବେ ବି ସେ ନିମ୍ନମୁଖ ହୋଇ ଆକାଶରେ
ଝୁଲି ରହିଥିବା ଦେଖାଯାଏ |
ତ୍ରୈଶଙ୍କବୋ
ହରିଶ୍ଚନ୍ଦ୍ରୋ ବିଶ୍ୱାମିତ୍ରବସିଷ୍ଠୟୋଃ ।
ଯନ୍ନିମିତ୍ତମଭୂଦ୍ୟୁଦ୍ଧଂ
ପକ୍ଷିଣୋର୍ବହୁବାର୍ଷିକମ୍ ॥ ୭॥
ତ୍ରିଶଙ୍କୁଙ୍କର
ପୁତ୍ର ଥିଲେ ହରିଶ୍ଚନ୍ଦ୍ର | ତାଙ୍କ ପାଇଁ ବିଶ୍ବାମିତ୍ର ଏବଂ ବସିଷ୍ଠ ପରସ୍ପରକୁ ଶାପ ଡେଇ
ବହୁତ ବର୍ଷ ପକ୍ଷୀ ରୂପରେ କଳହରତ ରହିଲେ |
ସୋଽନପତ୍ୟୋ
ବିଷଣ୍ଣାତ୍ମା ନାରଦସ୍ୟୋପଦେଶତଃ ।
ବରୁଣଂ ଶରଣଂ ଯାତଃ
ପୁତ୍ରୋ ମେ ଜାୟତାଂ ପ୍ରଭୋ ॥ ୮॥
ହରିଶ୍ଚନ୍ଦ୍ରଙ୍କର
କୌଣସି ସନ୍ତାନ ନ ଥିଲା ଏବଂ ସେହି କାରଣରୁ ସେ ବହୁତ ଉଦାସ ରହୁଥିଲେ | ଦେବର୍ଷି ନାରଦଙ୍କର
ଉପଦେଶ କ୍ରମେ ସେ ବରୁଣଦେବଙ୍କର ଶରଣରେ ଗଲେ ଏବଂ ତାଙ୍କୁ ପ୍ରାର୍ଥନା କଲେ – ‘ପ୍ରଭୁ ! ମୋର
ପୁତ୍ର ପ୍ରାପ୍ତି ହେଉ |
ଯଦି ବୀରୋ ମହାରାଜ
ତେନୈବ ତ୍ୱାଂ ଯଜେ ଇତି ।
ତଥେତି ବରୁଣେନାସ୍ୟ
ପୁତ୍ରୋ ଜାତସ୍ତୁ ରୋହିତଃ ॥ ୯॥
ପୁତ୍ର ପ୍ରାପ୍ତ
ହେଲେ ସେହି ବୀର ପୁତ୍ର ଦ୍ବାରା ମୁଁ ଆପଣଙ୍କର ଯଜନ କରିବି’ | ବରୁଣ କହିଲେ – ‘ଠିକ୍ ଅଛି’ | ତତ୍ପଶ୍ଚାତ୍ ବରୁଣଙ୍କ କୃପାରୁ ତାଙ୍କୁ ରୋହିତ
ନାମକ ପୁତ୍ର ପ୍ରାପ୍ତ ହେଲା |
ଜାତଃସୁତୋ
ହ୍ୟନେନାଙ୍ଗ ମାଂ ଯଜସ୍ୱେତି ସୋଽବ୍ରବୀତ୍ ।
ଯଦା ପଶୁର୍ନିର୍ଦଶଃ
ସ୍ୟାଦଥ ମେଧ୍ୟୋ ଭବେଦିତି ॥ ୧୦॥
ପୁତ୍ର ଜନ୍ମ ହେବା
ପରେ ବରୁଣଦେବ ତାଙ୍କ ପାଖକୁ ଆସି କହିଲେ – ‘ହରିଶ୍ଚନ୍ଦ୍ର ! ତୁମକୁ ତ ପୁତ୍ର ପ୍ରାପ୍ତ ହେଲା |
ଏବେ ଏହା ଦ୍ବାରା ମୋର ଯଜ୍ଞ କର |’ ହରିଶ୍ଚନ୍ଦ୍ର କହିଲେ – ‘ଆପଣଙ୍କର ଏହି ଯଜ୍ଞପଶୁ (ରୋହିତ)
ଦଶ ଦିନରୁ ବଡ ହୋଇଯିବା ପରେ ଯଜ୍ଞର ଯୋଗ୍ୟ ହେବ |’
ନିର୍ଦଶେ ଚ ସ
ଆଗତ୍ୟ ଯଜସ୍ୱେତ୍ୟାହ ସୋଽବ୍ରବୀତ୍ ।
ଦନ୍ତାଃ
ପଶୋର୍ୟଜ୍ଜାୟେରନ୍ନଥ ମେଧ୍ୟୋ ଭବେଦିତି ॥ ୧୧॥
ଦଶ ଦିନ ବିତିଯିବା
ପରେ ବରୁଣ ପୁଣି ଆସି କହିଲେ – ‘ଏବେ ମୋର ଯଜ୍ଞ କର |’ ହରିଶ୍ଚନ୍ଦ୍ର କହିଲେ – ‘ଯେତେବେଳେ
ଆପଣଙ୍କ ଯଜ୍ଞପଶୁର ମୁହଁରେ ଦାନ୍ତ ଉଠିବ, ସେତେବେଳେ ସେ ଯଜ୍ଞର ଯୋଗ୍ୟ ହେବ |’
ଜାତା ଦନ୍ତା
ଯଜସ୍ୱେତି ସ ପ୍ରତ୍ୟାହାଥ ସୋଽବ୍ରବୀତ୍ ।
ଯଦା ପତନ୍ତ୍ୟସ୍ୟ
ଦନ୍ତା ଅଥ ମେଧ୍ୟୋ ଭବେଦିତି ॥ ୧୨॥
ଦାନ୍ତ ଉଠିବା ପରେ
ବରୁଣ ଆସି କହିଲେ – ‘ଏବେ ତ ଏହାର ଦାନ୍ତ ଉଠିଲାଣି, ଏବେ ଯଜ୍ଞ କର’ | ହରିଶ୍ଚନ୍ଦ୍ର କହିଲେ, ‘ନା, ଏହାର ଦୁଧ ଦାନ୍ତ
ଖସିବା ପରେ ଇଏ ଯଜ୍ଞ ନିମନ୍ତେ ଯୋଗ୍ୟ ହେବ’ |
ପଶୋର୍ନିପତିତା
ଦନ୍ତା ଯଜସ୍ୱେତ୍ୟାହ ସୋଽବ୍ରବୀତ୍ ।
ଯଦା ପଶୋଃ
ପୁନର୍ଦନ୍ତା ଜାୟନ୍ତେଽଥ ପଶୁଃ ଶୁଚିଃ ॥ ୧୩॥
ଦୁଧ ଦାନ୍ତ ଖସିବା
ପରେ ପୁଣି ବରୁଣ ଆସି କହିଲେ, ‘ଏବେ ତ ଏହାର ଦୁଧ
ଦାନ୍ତ ଖସିଗଲା, ମୋର ଯଜ୍ଞ କର’ | ହରିଶ୍ଚନ୍ଦ୍ର
କହିଲେ, ‘ପୁନର୍ବାର ଏହାର ଦାନ୍ତ ଉଠିବା ପରେ ଇଏ ଯଜ୍ଞ
ନିମନ୍ତେ ଯୋଗ୍ୟ ହେବ’ |
ପୁନର୍ଜାତା
ଯଜସ୍ୱେତି ସ ପ୍ରତ୍ୟାହାଥ ସୋଽବ୍ରବୀତ୍ ।
ସାନ୍ନାହିକୋ ଯଦା
ରାଜନ୍ ରାଜନ୍ୟୋଽଥ ପଶୁଃ ଶୁଚିଃ ॥ ୧୪॥
ପୁନର୍ବାର ଦାନ୍ତ
ଉଠିବା ପରେ ବରୁଣ କହିଲେ, ‘ଏବେ ଯଜ୍ଞ କର’ | ହରିଶ୍ଚନ୍ଦ୍ର କହିଲେ, ‘ହେ ବରୁଣଦେବ ! କ୍ଷତ୍ରିୟ ସନ୍ତାନ କବଚ ଧାରଣ କରିବା
ପରେ ହିଁ ଯଜ୍ଞପଶୁ ଭାବରେ ଯୋଗ୍ୟ ବିବେଚିତ ହୋଇଥାଏ’ |
ଇତି
ପୁତ୍ରାନୁରାଗେଣ ସ୍ନେହୟନ୍ତ୍ରିତଚେତସା ।
କାଲଂ ବଞ୍ଚୟତା ତଂ
ତମୁକ୍ତୋ ଦେବସ୍ତମୈକ୍ଷତ ॥ ୧୫॥
ପରୀକ୍ଷିତ ! ପୁତ୍ର
ପ୍ରତି ତାଙ୍କର ପ୍ରେମ ଯୋଗୁଁ ରାଜା ହରିଶ୍ଚନ୍ଦ୍ର ଏହିପରି ଭାବରେ ଅନେକ ପ୍ରକାରର ବାହାନା
ଦେଖାଇ ସମୟ ଟାଳିବାରେ ଲାଗିଲେ | ପୁତ୍ର-ସ୍ନେହର ରଜ୍ଜୁରେ ତାଙ୍କର ଚିତ୍ତ ବାନ୍ଧି ହୋଇ
ଯାଇଥିଲା | ସେ ଯେଉଁ ଯେଉଁ ସମୟ ନିର୍ଦ୍ଦିଷ୍ଟ କରୁଥାଆନ୍ତି, ବରୁଣ ତାହାର
ପ୍ରତୀକ୍ଷା କରୁଥାଆନ୍ତି |
ରୋହିତସ୍ତଦଭିଜ୍ଞାୟ
ପିତୁଃ କର୍ମ ଚିକୀର୍ଷିତମ୍ ।
ପ୍ରାଣପ୍ରେପ୍ସୁର୍ଧନୁଷ୍ପାଣିରରଣ୍ୟଂ
ପ୍ରତ୍ୟପଦ୍ୟତ ॥ ୧୬॥
ଇତିମଧ୍ୟରେ ରୋହିତ
ଯେତେବେଳେ ଏହା ଜାଣିବାକୁ ପାଇଲେ ଯେ ତାଙ୍କର ପିତା ତାଙ୍କର ବଳିଦାନ କରିବାକୁ ସଂକଳ୍ପବଦ୍ଧ, ସେତେବେଳେ ନିଜର ପ୍ରାଣ ରକ୍ଷା କରିବାକୁ ସେ ହାତରେ
ଧନୁ ଧରି ବନକୁ ଚାଲିଗଲେ |
ପିତରଂ
ବରୁଣଗ୍ରସ୍ତଂ ଶ୍ରୁତ୍ୱା ଜାତମହୋଦରମ୍ ।
ରୋହିତୋ
ଗ୍ରାମମେୟାୟ ତମିନ୍ଦ୍ରଃ ପ୍ରତ୍ୟଷେଧତ ॥ ୧୭॥
କିଛି ଦିନ ପରେ ସେ
ଜାଣିବାକୁ ପାଇଲେ ଯେ ବରୁଣଦେବ ରୁଷ୍ଟ ହୋଇ ତାଙ୍କ ପିତାଙ୍କ ଉପରେ ଆକ୍ରମଣ କରିଛନ୍ତି ଏବଂ ସେହି
କାରଣରୁ ତାଙ୍କର ପିତା ଏବେ ମହୋଦର ରୋଗରେ ପୀଡିତ | ରୋହିତ ବଣରୁ ନଗରକୁ ଫେରି ଆସିବାକୁ ମନସ୍ତ
କଲେ | କିନ୍ତୁ ଇନ୍ଦ୍ର ତାଙ୍କୁ ସେପରି କରିବାକୁ ବାରଣ କଲେ |
ଭୂମେଃ ପର୍ୟଟନଂ
ପୁଣ୍ୟଂ ତୀର୍ଥକ୍ଷେତ୍ରନିଷେବଣୈଃ ।
ରୋହିତାୟାଦିଶଚ୍ଛକ୍ରଃ
ସୋଽପ୍ୟରଣ୍ୟେଽବସତ୍ସମାମ୍ ॥ ୧୮॥
ଇନ୍ଦ୍ର କହିଲେ –
‘ପୁତ୍ର ରୋହିତ ! ଯଜ୍ଞପଶୁ ଭାବରେ ମୃତ୍ୟୁବରଣ କରିବା ଅପେକ୍ଷା ପବିତ୍ର ତୀର୍ଥ ଏବଂ କ୍ଷେତ୍ରର
ସେବନ କରି ପୃଥିବୀରେ ବିଚରଣ କରିବା ଶ୍ରେୟସ୍କର ଅଟେ’ | ଇନ୍ଦ୍ରଙ୍କର କଥା ମାନି ରୋହିତ ଆହୁରି
ଏକ ବର୍ଷ ବଣରେ ରହିଲେ |
ଏବଂ ଦ୍ୱିତୀୟେ
ତୃତୀୟେ ଚତୁର୍ଥେ ପଞ୍ଚମେ ତଥା ।
ଅଭ୍ୟେତ୍ୟାଭ୍ୟେତ୍ୟ
ସ୍ଥବିରୋ ବିପ୍ରୋ ଭୂତ୍ୱାଽଽହ ବୃତ୍ରହା ॥ ୧୯॥
ଏହିପରି ଭାବରେ
ଦ୍ବିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ବର୍ଷରେ ଯେତେବେଳେ ବି ରୋହିତ ତାଙ୍କ ପିତାଙ୍କ
ପାଖକୁ ଫେରି ଯିବାକୁ ବିଚାର କଲେ, ବୁଢା ବ୍ରାହ୍ମଣର
ବେଶ ଧାରଣ କରି ଇନ୍ଦ୍ର ପ୍ରତ୍ୟେକ ଥର ତାଙ୍କର ପଥରୋଧ କଲେ |
ଷଷ୍ଠଂ ସଂବତ୍ସରଂ
ତତ୍ର ଚରିତ୍ୱା ରୋହିତଃ ପୁରୀମ୍ ।
ଉପବ୍ରଜନ୍ନଜୀଗର୍ତାଦକ୍ରୀଣାନ୍ମଧ୍ୟମଂ
ସୁତମ୍ ॥ ୨୦॥
ଶୁନଃଶେଫଂ ପଶୁଂ
ପିତ୍ରେ ପ୍ରଦାୟ ସମବନ୍ଦତ ।
ତତଃ ପୁରୁଷମେଧେନ
ହରିଶ୍ଚନ୍ଦ୍ରୋ ମହାୟଶାଃ ॥ ୨୧॥
ମୁକ୍ତୋଦରୋଽୟଜଦ୍ଦେବାନ୍
ବରୁଣାଦୀନ୍ ମହତ୍କଥଃ ।
ବିଶ୍ୱାମିତ୍ରୋଽଭବତ୍ତସ୍ମିନ୍
ହୋତା ଚାଧ୍ୱର୍ୟୁରାତ୍ମବାନ୍ ॥ ୨୨॥
ଜମଦଗ୍ନିରଭୂଦ୍ବ୍ରହ୍ମା
ବସିଷ୍ଠୋଽୟାସ୍ୟସାମଗଃ ।
ତସ୍ମୈ ତୁଷ୍ଟୋ
ଦଦାବିନ୍ଦ୍ରଃ ଶାତକୌମ୍ଭମୟଂ ରଥମ୍ ॥ ୨୩॥
ଏହିପରି ଭାବରେ ଛଅ
ବର୍ଷଯାଏଁ ରୋହିତ ବଣରେ ହିଁ ରହିଲେ | ସପ୍ତମ ବର୍ଷରେ ସେ ଯେତେବେଳେ ନଗରକୁ ଫେରିଲେ, ସେତେବେଳେ ସେ ଅଜୀଗର୍ତଙ୍କଠାରୁ ତାଙ୍କର ମଧ୍ୟମ
ପୁତ୍ର ଶୁନଃଶେପକୁ କ୍ରୟ କରିନେଲେ ଏବଂ ତାକୁ ଯଜ୍ଞପଶୁ କରିବାକୁ ନିଜ ପିତାଙ୍କ ହସ୍ତରେ ଅର୍ପଣ
କରି ପିତାଙ୍କ ଚରଣରେ ନମସ୍କାର କଲେ | ଏହାପରେ ପରମ ଯଶସ୍ବୀ ଏବଂ ଶ୍ରେଷ୍ଠ ଚରିତ୍ର ବିଭୂଷିତ
ରାଜା ହରିଶ୍ଚନ୍ଦ୍ର ମହୋଦର ରୋଗରୁ ମୁକ୍ତ ହୋଇ ପୁରୁଷମେଧ ଯଜ୍ଞ ଦ୍ବାରା ବରୁଣ ଆଦି ଦେବତାଙ୍କର
ଯଜନ କଲେ | ସେହି ଯଜ୍ଞରେ ବିଶ୍ବାମିତ୍ର ମୁନି ହୋତା ହେଲେ | ପରମ ସଂଯମୀ ଜମଦଗ୍ନି ଅଧ୍ବର୍ୟୁର
କାମ କଲେ | ବସିଷ୍ଠ ବ୍ରହ୍ମା ହେଲେ ଏବଂ ଅୟାସ୍ୟ ମୁନି ସାମଗାନକାରୀ ଉଦଗାତା ହେଲେ | ସେହି
ସମୟରେ ଇନ୍ଦ୍ର ପ୍ରସନ୍ନ ହୋଇ ହରିଶ୍ଚନ୍ଦ୍ରଙ୍କୁ ଏକ ସୁବର୍ଣ୍ଣ ରଥ ପ୍ରଦାନ କରିଥିଲେ |
ଶୁନଃଶେଫସ୍ୟ
ମାହାତ୍ମ୍ୟମୁପରିଷ୍ଟାତ୍ପ୍ରଚକ୍ଷ୍ୟତେ ।
ସତ୍ୟସାରାଂ ଧୃତିଂ
ଦୃଷ୍ଟ୍ୱା ସଭାର୍ୟସ୍ୟ ଚ ଭୂପତେଃ ॥ ୨୪॥
ବିଶ୍ୱାମିତ୍ରୋ
ଭୃଶଂ ପ୍ରୀତୋ ଦଦାବବିହତାଂ ଗତିମ୍ ।
ମନଃ ପୃଥିବ୍ୟାଂ
ତାମଦ୍ଭିସ୍ତେଜସାପୋଽନିଲେନ ତତ୍ ॥ ୨୫॥
ଖେ ବାୟୁଂ
ଧାରୟଂସ୍ତଚ୍ଚ ଭୂତାଦୌ ତଂ ମହାତ୍ମନି ।
ତସ୍ମିନ୍
ଜ୍ଞାନକଲାଂ ଧ୍ୟାତ୍ୱା ତୟାଜ୍ଞାନଂ ବିନିର୍ଦହନ୍ ॥ ୨୬॥
ପରୀକ୍ଷିତ !
ଶୁନଃଶେପଙ୍କର ମାହାତ୍ମ୍ୟ ବିଷୟରେ ମୁଁ ଆଗକୁ ବର୍ଣ୍ଣନା କରିବି | ହରିଶ୍ଚନ୍ଦ୍ର ଏବଂ ତାଙ୍କ
ପତ୍ନୀଙ୍କର ଦୃଢ ସତ୍ୟନିଷ୍ଠା ଦେଖି ବିଶ୍ବାମିତ୍ର ମୁନି ଅତ୍ୟନ୍ତ ପ୍ରସନ୍ନ ହେଲେ | ସେ ତାଙ୍କୁ
ସେହି ଜ୍ଞାନର ଉପଦେଶ ଦେଇଥିଲେ, ଯାହା ଅବିନାଶୀ
ଅଟେ | ତଦନୁଯାୟୀ ହରିଶ୍ଚନ୍ଦ୍ର ନିଜର ମନକୁ ପୃଥିବୀ ତତ୍ତ୍ବରେ, ପୃଥିବୀକୁ ଜଳରେ, ଜଳକୁ ତେଜରେ, ତେଜକୁ ବାୟୁରେ ଏବଂ ବାୟୁକୁ ଆକାଶରେ ସ୍ଥିର କଲେ |
ଆକାଶକୁ ଅହଂକାରରେ ଲୀନ କରିବା ପରେ ଅହଂକାରକୁ ମହତ୍ତତ୍ତ୍ବରେ ଲୀନ କରି ତହିଁରେ ଜ୍ଞାନ-କଳାର
ଧ୍ୟାନ କଲେ ଏବଂ ତଦ୍ବାରା ଅଜ୍ଞାନକୁ ଭସ୍ମ କରିଦେଲେ |
ହିତ୍ୱା ତାଂ ସ୍ୱେନ
ଭାବେନ ନିର୍ୱାଣସୁଖସଂବିଦା ।
ଅନିର୍ଦେଶ୍ୟାପ୍ରତର୍କ୍ୟେଣ
ତସ୍ଥୌ ବିଧ୍ୱସ୍ତବନ୍ଧନଃ ॥ ୨୭॥
ତଦନନ୍ତର
ନିର୍ବାଣ-ସୁଖର ଅନୁଭୂତିରେ ସେହି ଜ୍ଞାନ-କଳାକୁ ମଧ୍ୟ ପରିତ୍ୟାଗ କରିଦେଲେ ଏବଂ ସମସ୍ତ ବନ୍ଧନରୁ
ମୁକ୍ତ ହୋଇ ସେ ନିଜର ସେହି ସ୍ବରୂପରେ ସ୍ଥିତ ହୋଇଗଲେ, ଯାହା ଅନିର୍ବଚନୀୟ
ଅଟେ ଏବଂ ଯାହା ସମ୍ବନ୍ଧରେ କୌଣସି ପ୍ରକାରର ଅନୁମାନ ମଧ୍ୟ କରାଯାଇ ପାରେନାହିଁ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ
ହରିଶ୍ଚନ୍ଦ୍ରୋପାଖ୍ୟାନଂ ନାମ ସପ୍ତମୋଽଧ୍ୟାୟଃ ॥ ୭॥

Comments
Post a Comment