ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ନବମ ସ୍କନ୍ଧ ॥
ଦ୍ବାଦଶ ଅଧ୍ୟାୟ
ଈକ୍ଷାକୁବଂଶୀୟ ଶେଷ ରାଜାମାନଙ୍କର ବର୍ଣ୍ଣନ
ଶ୍ରୀଶୁକ ଉବାଚ
କୁଶସ୍ୟ
ଚାତିଥିସ୍ତସ୍ମାନ୍ନିଷଧସ୍ତତ୍ସୁତୋ ନଭଃ ।
ପୁଣ୍ଡରୀକୋଽଥ
ତତ୍ପୁତ୍ରଃ କ୍ଷେମଧନ୍ୱାଭବତ୍ତତଃ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! କୁଶଙ୍କର ପୁତ୍ର ହେଲେ ଅତିଥି, ତାଙ୍କର ପୁତ୍ର
ନିଷଧ, ନିଷଧଙ୍କର ନଭ, ନଭଙ୍କର ପୁଣ୍ଡରୀକ, ଏବଂ
ପୁଣ୍ଡରୀକଙ୍କର ପୁତ୍ର ହେଲେ କ୍ଷେମଧନ୍ବା |
ଦେବାନୀକସ୍ତତୋଽନୀହଃ
ପାରିୟାତ୍ରୋଽଥ ତତ୍ସୁତଃ ।
ତତୋ
ବଲସ୍ଥଲସ୍ତସ୍ମାଦ୍ୱଜ୍ରନାଭୋଽର୍କସମ୍ଭବଃ ॥ ୨॥
କ୍ଷେମଧନ୍ବାଙ୍କର
ଦେବାନୀକ, ଦେବାନୀକଙ୍କର ଅନୀହ, ଅନୀହଙ୍କର ପାରିୟାତ୍ର, ପାରିୟାତ୍ରଙ୍କର ବଳସ୍ଥଳ ଏବଂ
ବଳସ୍ଥଳଙ୍କର ପୁତ୍ର ହେଲେ ବଜ୍ରନାଭ | ଇଏ ସୂର୍ଯ୍ୟଙ୍କର ଅଂଶ ଥିଲେ |
ଖଗଣସ୍ତତ୍ସୁତସ୍ତସ୍ମାଦ୍ୱିଧୃତିଶ୍ଚାଭବତ୍ସୁତଃ
।
ତତୋ
ହିରଣ୍ୟନାଭୋଽଭୂଦ୍ୟୋଗାଚାର୍ୟସ୍ତୁ ଜୈମିନେଃ ॥ ୩॥
ବଜ୍ରନାଭଙ୍କଠାରୁ
ଖଗଣ, ଖଗଣଙ୍କଠାରୁ ବିଧୃତି ଏବଂ ବିଧୃତିଙ୍କଠାରୁ ହିରଣ୍ୟନାଭଙ୍କର ଉତ୍ପତ୍ତି ହେଲା | ସେ
ଜୈମିନିଙ୍କର ଶିଷ୍ୟ ଏବଂ ଯୋଗାଚାର୍ଯ୍ୟ ଥିଲେ |
ଶିଷ୍ୟଃ କୌସଲ୍ୟ
ଆଧ୍ୟାତ୍ମଂ ଯାଜ୍ଞବଲ୍କ୍ୟୋଽଧ୍ୟଗାଦ୍ୟତଃ ।
ଯୋଗଂ
ମହୋଦୟମୃଷିର୍ହୃଦୟଗ୍ରନ୍ଥିଭେଦକମ୍ ॥ ୪॥
କୋଶଳଦେଶବାସୀ
ଯାଜ୍ଞବଲ୍କ୍ୟ ଋଷି ତାଙ୍କର ଶିଷ୍ୟତ୍ବ ସ୍ବୀକାର କରି ତାଙ୍କଠାରୁ ଅଧ୍ୟାତ୍ମଯୋଗର ଶିକ୍ଷା ଗ୍ରହଣ
କରିଥିଲେ | ଏହି ଯୋଗ ହୃଦୟ-ଗ୍ରନ୍ଥି ଛେଦନକାରୀ ତଥା ପରମ ସିଦ୍ଧି ପ୍ରଦାୟକ ଅଟେ |
ପୁଷ୍ୟୋ
ହିରଣ୍ୟନାଭସ୍ୟ ଧ୍ରୁବସନ୍ଧିସ୍ତତୋଽଭବତ୍ ।
ସୁଦର୍ଶନୋଽଥାଗ୍ନିବର୍ଣଃ
ଶୀଘ୍ରସ୍ତସ୍ୟ ମରୁଃ ସୁତଃ ॥ ୫॥
ହିରଣ୍ୟନାଭଙ୍କର
ପୁଷ୍ୟ, ପୁଷ୍ୟଙ୍କର ଧ୍ରୁବସନ୍ଧି, ଧ୍ରୁବସନ୍ଧିଙ୍କର
ସୁଦର୍ଶନ, ସୁଦର୍ଶନଙ୍କର ଅଗ୍ନିବର୍ଣ୍ଣ, ଅଗ୍ନିବର୍ଣ୍ଣଙ୍କର ଶୀଘ୍ର ଏବଂ ଶୀଘ୍ରଙ୍କର ପୁତ୍ର
ମରୁ ଥିଲେ |
ଯୋଽସାବାସ୍ତେ
ଯୋଗସିଦ୍ଧଃ କଲାପଗ୍ରାମମାଶ୍ରିତଃ ।
କଲେରନ୍ତେ
ସୂର୍ୟବଂଶଂ ନଷ୍ଟଂ ଭାବୟିତା ପୁନଃ ॥ ୬॥
ମରୁ ଯୋଗସାଧନାରେ
ସିଦ୍ଧି ପ୍ରାପ୍ତ କରିଥିଲେ ଏବଂ ଏବେ ମଧ ସେ କଳାପ ନାମକ ଗ୍ରାମରେ ରହୁଛନ୍ତି | କଳିଯୁଗ ଅନ୍ତରେ
ସୂର୍ଯ୍ୟବଂଶର ଅବସାନ ହୋଇଯିବା ପରେ ସେ ତାହାର ପୁନଃବିସ୍ତାର କରିବେ |
ତସ୍ମାତ୍ପ୍ରସୁଶ୍ରୁତସ୍ତସ୍ୟ
ସନ୍ଧିସ୍ତସ୍ୟାପ୍ୟମର୍ଷଣଃ ।
ମହସ୍ୱାଂସ୍ତତ୍ସୁତସ୍ତସ୍ମାଦ୍ୱିଶ୍ୱସାହ୍ୱୋଽନ୍ୱଜାୟତ
॥ ୭॥
ମରୁଙ୍କର
ପ୍ରସୁଶ୍ନୁତ, ତାଙ୍କଠାରୁ ସନ୍ଧି ଏବଂ ସନ୍ଧିଙ୍କଠାରୁ ଅମର୍ଷଣ ଜନ୍ମ ଲାଭ କଲେ | ଅମର୍ଷଣଙ୍କର
ମହସ୍ବାନ୍ ଏବଂ ମହସ୍ବାନଙ୍କର ବିଶ୍ବସାହ୍ୱ ହେଲେ |
ତତଃ
ପ୍ରସେନଜିତ୍ତସ୍ମାତ୍ତକ୍ଷକୋ ଭବିତା ପୁନଃ ।
ତତୋ ବୃହଦ୍ବଲୋ
ଯସ୍ତୁ ପିତ୍ରା ତେ ସମରେ ହତଃ ॥ ୮॥
ବିଶ୍ବସାହ୍ୱଙ୍କର
ପୁତ୍ର ପ୍ରସେନଜିତ୍, ପ୍ରସେନଜିତଙ୍କର ତକ୍ଷକ ଏବଂ
ତକ୍ଷକଙ୍କର ପୁତ୍ର ବୃହଦ୍ୱଳ ହେଲେ | ପରୀକ୍ଷିତ ! ଯୁଦ୍ଧରେ ଏହି ବୃହଦ୍ୱଳଙ୍କୁ ତୁମର ପିତା
ଅଭିମନ୍ୟୁ ମାରିଥିଲେ |
ଏତେ
ହୀକ୍ଷ୍ୱାକୁଭୂପାଲା ଅତୀତାଃ ଶୃଣ୍ୱନାଗତାନ୍ ।
ବୃହଦ୍ବଲସ୍ୟ ଭବିତା
ପୁତ୍ରୋ ନାମ ବୃହଦ୍ରଣଃ ॥ ୯॥
ପରୀକ୍ଷିତ !
ଈକ୍ଷାକୁ ବଂଶରେ ଏତେ ଜଣ ନରପତି ହୋଇସାରିଛନ୍ତି | ଏବେ ଆଗକୁ ଯେଉଁମାନେ ହେବେ ସେମାନଙ୍କ
ବିଷୟରେ ଶୁଣ | ବୃହଦ୍ୱଳଙ୍କର ପୁତ୍ର ହେବେ ବୃହଦ୍ରଣ |
ଊରୁକ୍ରିୟଃ
ସୁତସ୍ତସ୍ୟ ବତ୍ସବୃଦ୍ଧୋ ଭବିଷ୍ୟତି ।
ପ୍ରତିବ୍ୟୋମସ୍ତତୋ
ଭାନୁର୍ଦିବାକୋ ବାହିନୀପତିଃ ॥ ୧୦॥
ବୃହଦ୍ରଣଙ୍କର
ଉରୁକ୍ରିୟ, ତାଙ୍କର ବତ୍ସବୃଦ୍ଧ,
ବତ୍ସବୃଦ୍ଧଙ୍କର ପ୍ରତିବ୍ୟୋମ, ପ୍ରତିବ୍ୟୋମଙ୍କର ପୁତ୍ର ଭାନୁ ଏବଂ ଭାନୁଙ୍କର ପୁତ୍ର ହେବେ
ସେନାପତି ଦିବାକ |
ସହଦେବସ୍ତତୋ ବୀରୋ
ବୃହଦଶ୍ୱୋଽଥ ଭାନୁମାନ୍ ।
ପ୍ରତୀକାଶ୍ୱୋ
ଭାନୁମତଃ ସୁପ୍ରତୀକୋଽଥ ତତ୍ସୁତଃ ॥ ୧୧॥
ଦିବାକଙ୍କର ବୀର
ସହଦେବ, ସହଦେବଙ୍କର ବୃହଦଶ୍ବ, ବୃହଦଶ୍ବଙ୍କର ଭାନୁମାନ୍, ଭାନୁମାନଙ୍କର ପ୍ରତୀକାଶ୍ବ ଏବଂ ପ୍ରତୀକାଶ୍ବଙ୍କର
ପୁତ୍ର ହେବେ ସୁପ୍ରତୀକ |
ଭବିତା ମରୁଦେବୋଽଥ
ସୁନକ୍ଷତ୍ରୋଽଥ ପୁଷ୍କରଃ ।
ତସ୍ୟାନ୍ତରିକ୍ଷସ୍ତତ୍ପୁତ୍ରଃ
ସୁତପାସ୍ତଦମିତ୍ରଜିତ୍ ॥ ୧୨॥
ସୁପ୍ରତୀକଙ୍କର
ମରୁଦେବ, ମରୁଦେବଙ୍କର ସୁନକ୍ଷତ୍ର, ସୁନକ୍ଷତ୍ରଙ୍କର ପୁତ୍ର ପୁଷ୍କର, ପୁଷ୍କରଙ୍କର ଅନ୍ତରୀକ୍ଷ, ଅନ୍ତରୀକ୍ଷଙ୍କର ସୁତପା
ଏବଂ ତାଙ୍କର ପୁତ୍ର ହେବେ ଅମିତ୍ରଜିତ୍ |
ବୃହଦ୍ରାଜସ୍ତୁ
ତସ୍ୟାପି ବର୍ହିସ୍ତସ୍ମାତ୍କୃତଞ୍ଜୟଃ ।
ରଣଞ୍ଜୟସ୍ତସ୍ୟ
ସୁତଃ ସଞ୍ଜୟୋ ଭବିତା ତତଃ ॥ ୧୩॥
ଅମିତ୍ରଜିତଙ୍କଠାରୁ
ବୃହଦ୍ରାଜ, ବୃହଦ୍ରାଜଙ୍କଠାରୁ ବର୍ହି, ବର୍ହିଙ୍କଠାରୁ
କୃତଞ୍ଜୟ, କୃତଞ୍ଜୟଙ୍କଠାରୁ ରଣଞ୍ଜୟ ଏବଂ ତାଙ୍କଠାରୁ ସଞ୍ଜୟ ହେବେ |
ତସ୍ମାଚ୍ଛାକ୍ୟୋଽଥ
ଶୁଦ୍ଧୋଦୋ ଲାଙ୍ଗଲସ୍ତତ୍ସୁତଃ ସ୍ମୃତଃ ।
ତତଃ
ପ୍ରସେନଜିତ୍ତସ୍ମାତ୍କ୍ଷୁଦ୍ରକୋ ଭବିତା ତତଃ ॥ ୧୪॥
ସଞ୍ଜୟଙ୍କର ଶାକ୍ୟ, ତାଙ୍କର ଶୁଦ୍ଧୋଦ ଏବଂ ଶୁଦ୍ଧୋଦଙ୍କର ଲାଙ୍ଗଳ,
ଲାଙ୍ଗଳଙ୍କର ପ୍ରସେନଜିତ୍ ଏବଂ ପ୍ରସେନଜିତଙ୍କର ପୁତ୍ର କ୍ଷୁଦ୍ରକ ହେବେ |
ରଣକୋ ଭବିତା
ତସ୍ମାତ୍ସୁରଥସ୍ତନୟସ୍ତତଃ ।
ସୁମିତ୍ରୋ ନାମ
ନିଷ୍ଠାନ୍ତ ଏତେ ବାର୍ହଦ୍ବଲାନ୍ୱୟାଃ ॥ ୧୫॥
କ୍ଷୁଦ୍ରକଙ୍କଠାରୁ
ରଣକ, ରଣକଙ୍କଠାରୁ ସୁରଥ ଏବଂ ସୁରଥଙ୍କଠାରୁ ଏହି ବଂଶର ଅନ୍ତିମ ରାଜା ସୁମିତ୍ରଙ୍କର ଜନ୍ମ ହେବ
| ଏମାନେ ସମସ୍ତେ ବୃହଦ୍ୱଳଙ୍କର ବଂଶଧର ହେବେ |
ଇକ୍ଷ୍ୱାକୂଣାମୟଂ
ବଂଶଃ ସୁମିତ୍ରାନ୍ତୋ ଭବିଷ୍ୟତି ।
ଯତସ୍ତଂ ପ୍ରାପ୍ୟ
ରାଜାନଂ ସଂସ୍ଥାଂ ପ୍ରାପ୍ସ୍ୟତି ବୈ କଲୌ ॥ ୧୬॥
ଈକ୍ଷାକୁଙ୍କର ଏହି
ବଂଶ ସୁମିତ୍ରଙ୍କ ପର୍ଯ୍ୟନ୍ତ ହିଁ ରହିବ, କାରଣ ସୁମିତ୍ର ରାଜା ହେବା ପରେ କଳିଯୁଗରେ ଏହି ବଂଶ
ସମାପ୍ତ ହୋଇଯିବ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ
ଇକ୍ଷ୍ୱାକୁବଂଶବର୍ଣନଂ ନାମ ଦ୍ୱାଦଶୋଽଧ୍ୟାୟଃ ॥ ୧୨॥

Comments
Post a Comment