୨୧ . ତସ୍ମୈ ଶ୍ରୀ ଗୁରବେ ନମଃ -- ଏହା ଆମ ଭିତରେ ଥିବା ଅଜ୍ଞାନ ଯାହା ଆମକୁ ବିସ୍ମରଣ କରାଇ ଦିଏ ଯେ ଆମେ ଦିବ୍ୟ ଆତ୍ମା ଅଟେ ଏବଂ ଆମକୁ ଅନେକ ପ୍ରକାରର ଭ୍ରମରେ ପକାଇ ଥାଏ | ଜଣେ ଆଧ୍ୟାତ୍ମିକ ଗୁରୁ ହେଉଛନ୍ତି ସେହି ବିଭୂତି ଯିଏ ଆମ ଭିତରର ଅଜ୍ଞାନ ଅନ୍ଧକାରକୁ ଅପସାରିତ କରି ତାହାକୁ ଜ୍ଞାନର ଉଜ୍ଜଳ ଆଲୋକରେ ଉଦ୍ଭାସିତ କରିଥାଆନ୍ତି | ସଂସାରରେ ରହି ଆମେ କାମ, କ୍ରୋଧ, ଲୋଭ, ମୋହ, ଈର୍ଷା, ଦ୍ବେଷ ଆଦି ଅନେକ ପ୍ରକାରର ମାନସିକ ସନ୍ତାପ ତଥା ଦୋଷର ଶୀକାର ହୋଇଥାଏ | ସେସବୁର ମୂଳ କାରଣ କ’ଣ ? ମହାଭାରତ ଏବଂ ଅଷ୍ଟାଦଶ ପୁରାଣର ମହାନ୍ ରଚୟିତା, ବେଦବ୍ୟାସ କହନ୍ତି : ଅଜ୍ଞାନମେବାସ୍ୟ ମୂଳକାରଣମ୍ ଏହା ଆମ ଭିତରେ ଥିବା ଅଜ୍ଞାନ, ଯାହା ଆମକୁ ବିସ୍ମରଣ କରାଇ ଦିଏ ଯେ ଆମେ ଦିବ୍ୟ ଆତ୍ମା ଅଟେ ଏବଂ ଆମକୁ ଅନେକ ପ୍ରକାରର ଭ୍ରମର ବଶବର୍ତ୍ତୀ କରାଇ ଥାଏ | ସେହି ଅଜ୍ଞାନକୁ ଆମେ ଦୂର କରିବା କିପରି ? ସେ ଦିଗରେ ଆମେ ଅନେକ ପ୍ରୟାସ କରିଥାଏ , ବଡ ବଡ ଡିଗ୍ରୀ ଅର୍ଜନ କରିଥାଏ, କିନ୍ତୁ ଅଜ୍ଞାନ ଯାଏ ନାହିଁ | ମନେକରନ୍ତୁ, କେହିଜଣେ କହିବେ, “ମୁଁ ଡି.ଲିଟ୍ ଅଟେ |” ଆପଣ ତାଙ୍କୁ କହନ୍ତୁ, “ସତରେ ? କିନ୍ତୁ ମୁଁ ତ ଭାବୁଛି ଆପଣ ଟିକିଏ ଅଲ୍ପଜ୍ଞ ଅଟନ୍ତି |” “ କ’ଣ କହିଲ, ମୁଁ ଅଳ୍ପଜ୍ଞ ? ମୁଁ ତୁମ ଜିଭ ଉପାଡି ଦେବି |” “ମୋର...